Wednesday, December 18, 2024
17.4 C
Odisha

    ୱାୟାନାଡ୍‌ରେ ପ୍ରିୟଙ୍କାଙ୍କ ବିପକ୍ଷରେ ଲଢ଼ିବେ ସତ୍ୟନ ମୋକେରୀ

    ଆଗକୁ ପଢନ୍ତୁ

    ୱାୟାନାଡ: ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନ ଛାଡିବା ପରେ ଏବେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବାମମେଣ୍ଟ ଆଜି ପ୍ରାର୍ଥୀ ଘୋଷଣା କରିଛି । ବାମମେଣ୍ଟ ତରଫରୁ ସିପିଆଇ ଏଠାରୁ ନିର୍ବାଚନ ଲଢିବ ଓ ସତ୍ୟନ ମୋକେରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । କେରଳ ସିପିଆଇର ଅଧ୍ୟକ୍ଷ ବିନୟ ବିଶ୍ୱମ ଏନେଇ ସୂଚନା ଦେଇଛନ୍ତି ।

    ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧୀ ସିଧାସଳଖ ନିର୍ବାଚନୀ ରାଜନୀତିରେ ଭାଗ ନେବାକୁ ଯାଉଥିବା ବେଳେ ବାମଦଳର ଗଡ କୁହାଯାଉଥିବା କେରଳର ୱାୟନାଡ ଆସନ ତାଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ସତ୍ୟନ ମୋକେରୀଙ୍କ ନାମ ଘୋଷଣା ହେବା ପରେ ସେ କହିଛନ୍ତି, ଗୋଟିଏ ସମୟରେ ଇନ୍ଦିରା ଗାନ୍ଧୀ ଓ ରାହୁଲ ଗାନ୍ଧୀ ନିର୍ବାଚନ ହାରିଛନ୍ତି । ତେଣୁ ପ୍ରିୟଙ୍କାଙ୍କୁ ହରାଇବା କିଛି ବଡକଥା ନୁହେଁ ।

    ଏହାସହ ସେ ୱାୟନାଡରେ ହୋଇଥିବା ଭୂସ୍ଖଳନ ବେଳେ ବାମଦଳ ଯେଭଳି ଭାବେ ପୀଡିତଙ୍କ ପାଖରେ ପହଂଚି ସେମାନଙ୍କୁ ସହାୟତା ଯୋଗାଇଥିଲା ତାକୁ ନେଇ ବିଜୟ ସୁନିଶ୍ଚିତ ବୋଲି ସତ୍ୟନ କହିଛନ୍ତି । ଯଦି ୨୦୨୪ ସାଧାରଣ ନିର୍ବାଚନକୁ ନଜର କରିବା ତେବେ ଏହି ଆସନରୁ ରାହୁଲ ଗାନ୍ଧୀ ପାଖାପାଖି ସାଢେ ତିନି ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ ।

    ସିପିଆଇ ତରଫରୁ ଆନୀ ରାଜାଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେପଟେ କେରଳରେ ବିଜେପିର ଶକ୍ତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ୱାୟନାଡରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା କେ, ସୁରେନ୍ଦ୍ରନ ପାଖାପାଖି ଦେଢଲକ୍ଷ ଭୋଟ ହାତେଇଥିଲେ । ଚଳିତ ନିର୍ବାଚନରେ ବିଜେପି କାହାକୁ ପ୍ରାର୍ଥୀ ସେନେଇ ଦଳ ଘୋଷଣା କରିନାହିଁ । ବାମଦଳ ଓ ବିଜେପିକୁ ଟକ୍କର ଦେବା ପ୍ରିୟଙ୍କାଙ୍କ ପାଇଁ ଏତେଟା ସହଜ ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.4 ° C
    17.4 °
    17.4 °
    79 %
    2kmh
    99 %
    Wed
    17 °
    Thu
    26 °
    Fri
    22 °
    Sat
    28 °
    Sun
    27 °

    ସମ୍ବନ୍ଧିତ