Monday, October 5, 2026
29.1 C
Odisha

    ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲେ ବାପା

    ଆଗକୁ ପଢନ୍ତୁ

    ରାଉରକେଲା:ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖଣ୍ଡାଧାର ନିକଟସ୍ଥ ବୁଢାଭୁଇଁ ଓରାମ ବସ୍ତିରେ ଘଟିଛି ଅଘଟଣ। ମଦ୍ୟପ ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବାପ। ସୂଚନା ଅନୁସାରେ ସବୁଦିନ ଭଳି ଗତକାଲି ରାତିରେ ମଧ୍ୟ ପୁଅ ପାତ୍ରାସ ଓରାମ (୩୦)ମଦପିଇ ଘରକୁ ଆସିଥିବା ବେଳେ କୈାଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ପୁଅ ପାତ୍ରାସ ବାରଣ୍ଡାରେ ଶୋଇଥିବା ବେଳେ ଉତ୍ୟକ୍ତ ବାପ ଫ୍ରାନସିସ୍ (୫୫) ଘରେ ଥିବା ଏକ ଟାଙ୍ଗିଆ ଆଣି ପୁଅକୁ ହତ୍ୟା କରିଥିଲା। ତେବେ ସକାଳୁ ହତ୍ୟା ଖବର ଜଣାପଡିବା ପରେ ଗାଁ ଲୋକେ ଲହୁଣୀପଡ଼ା ପୋଲିସକୁ ଖବର ଦେଇଥିଲେ, ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ବାପ ଫ୍ରାନସିସକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    71 %
    1.6kmh
    0 %
    Mon
    26 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ