Saturday, October 10, 2026
29.2 C
Odisha

    ଚର୍ଚ୍ଚା: ମଣିଷ କଟା ପାପୁଲି ଧରି ଦୌଡ଼ିଲା କୁକୁର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତ ମାନପୁର ଗ୍ରାମରୁ ପୋଲିସ ରବିବାର ମଣିଷର ଏକ କଟା ପାପୁଲି ଜବତ କରିଛି। ତେବେ କଟା ପାପୁଲିଟି କାହାର ସେନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞାଋତୁମ୍ଭରା କର ସୂଚନା ଦେଇଛନ୍ତି। ମାନପୁର ଗ୍ରାମର ରତି ରଞ୍ଜନ ପାଇକରାୟଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ତ୍ରୀ ବାରି ପଛପଟେ ଥିବା ଏକ ଗାଡ଼ିଆରେ ମାଛ ଧରିବା ପାଇଁ ବନିସି ପକାଉଥିଲେ। ସେତିକିବେଳେ ଏକ କୁକୁର ପାଟିରେ ଏକ କଟା ପାପୁଲି ଧରି ଦୌଡି ଆସିଥିଲା। ଏହା ନେଇ ତାଙ୍କ ସ୍ତ୍ରୀ ପାଟି କରିବାରୁ କୁକୁର ପାପୁଲି ଛାଡି ପଳାଇଯାଇଥିଲା। ଏନେଇ ସେ ଜଙ୍କିଆ ଥାନାରେ ଏକ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ