Sunday, September 13, 2026
27.6 C
Odisha

    ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ରାଜ୍ୟସଭା ସାଂସଦଙ୍କ ଝିଅ: ଜଣେ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚେନ୍ନାଇରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ଶୋଇଥିବା ଜଣେ ଯୁବକଙ୍କ ଉପରେ ଜଣେ ରାଜ୍ୟସଭା ସାଂସଦଙ୍କ ଝିଅ ଗାଡ଼ି ଚଢ଼ାଇ ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତକଜଣକଙ୍କ ନାମ ସୂର୍ଯ୍ୟ ଓ ବୟସ ୨୪ବର୍ଷ । ସୂଚନାଯୋଗ୍ୟ, ଚେନ୍ନାଇର ବସନ୍ତ ନଗର ଅଞ୍ଚଳରେ ବସବାସ କରୁଥିବା ସୂର୍ଯ୍ୟ ଜଣେ ପେଣ୍ଟର ଭାବେ କାମ କରନ୍ତି। କାମ ସାରି ଘରକୁ ଫେରିବା ପରେ ଅତ୍ୟଧିକ ଗରମ ହେତୁ ସେ ରାସ୍ତା ପାର୍ଶ୍ୱରେ ଥିବା ଫୁଟପାଥରେ ଶୋଇ ପଡ଼ିଥିଲେ।
    ଏହି ସମୟରେ ୱାଇଏସଆର କଂଗ୍ରେସ ପାର୍ଟି ଏମପି ବିଡ଼ା ମସ୍ତାନ ରାଓଙ୍କ ଝିଅ ମାଧୁରୀ ଜଣେ ସାଙ୍ଗଙ୍କ ସହିତ ସେହି ରାସ୍ତାରେ ବିଏମଡବ୍ଲ୍ୟୁ ଗାଡ଼ି ଧରି ଫେରୁଥିଲେ। ଏତିକି ବେଳେ ତାଙ୍କ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବକୁ ମାଡ଼ି ଯାଇଥିଲା। ମାଧୁରୀ ଗାଡ଼ି ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ଫୁଟପାଥରେ ଶୋଇ ସୂର୍ଯ୍ୟଙ୍କ ଉପରକୁ ମଡ଼ାଇ ଦେଇଥିଲେ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ସୂର୍ଯ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା।

    ଏହି ଘଟଣାପରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି କରିଥିଲେ। ସଙ୍ଗେସଙ୍ଗେ ମାଧୁରୀ ଆମ୍ବୁଲାନ୍ସକୁ ଫୋନ୍‌ କରି ଘଟଣା ସମ୍ପର୍କରେ ସୂଚନା ଦେବାପରେ ଘଟଣାସ୍ଥଳରୁ ଗାଡ଼ି ନେଇ ଚମ୍ପଟ ମାରିଥିଲେ। ଗୁରୁତର ଅବସ୍ଥାରେ ସୂର୍ଯ୍ୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଏହି ଘଟଣାପରେ ପୁଲିସ ମାଧୁରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ସଙ୍ଗେସଙ୍ଗେ ଜାମିନରେ ଛାଡ଼ି ଦେଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ତୀବ୍ର ଉତ୍ତେଜନା ଦେଖା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ