Sunday, September 13, 2026
28.7 C
Odisha

    ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ମୟୂରଭଂ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ଅଶନବଣୀ ନିକଟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ଶ୍ରୀମତୀ ମହାଲି(୫୨)। ସୂଚନା ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଯୋଡାମହୁଲ ଗ୍ରାମର ଶ୍ରୀମତୀ ମହାଲି ଗତ ୨୨ ମାର୍ଚ୍ଚ ଖନ୍ତ ପଂଚାୟତକୁ ଭତ୍ତା ଟଙ୍କା ଆଣିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇନଥିଲେ। ତେବେ ଅଶନବଣୀ ନିକଟସ୍ଥ ଏକ ପରିତକ୍ତ ଘରୁ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ଘର ଭିତରକୁ ଯାଇ ଦେଖିଲେ ଗୋଟିଏ କୁକୁରର ଶବ ପଡିଛି। ବହୁଦିନ ଧରି ଦୂର୍ଗନ୍ଧ ହେବାରୁ ସନ୍ଦେହ କରି ଘର ଭିତରକୁ ଯିବା ପରେ ଦେଖିଲେ ଯେ କୁକୁରର ଶବ ପଚିସଢ଼ି ନଷ୍ଟ ହୋଇଯାଇଥିବା ବେଳେ ସେହି ଘର ଭିତରେ ଏକ ମହିଳାଙ୍କ ଶବ ଉପରେ କୁଟା ରଖି ଲୁଚାଇ ଦିଆଯାଇଛି।
    ଏନେଇ ସ୍ଥାନୀୟ ବାସିନ୍ଦା ଟାଉନଥାନାକୁ ସୂଚନା ଦେବା ପରେ ପୁଲିସ, ସାଇନ୍ଟିଫିକ୍ଟ ଟିମ୍ ଓ ସନ୍ଧାନୀ କୁକୁର ପହଂଚି ଶବକୁ ଉଦ୍ଧାର କରିଥିଲେ। ପରେ ଉକ୍ତ ଶବଟି ନିଖୋଜ ଶ୍ରୀମତୀ ମାହାଲିଙ୍କ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ଏନେଇ ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଶ୍ରୀମତୀଙ୍କ ଘର ଯୋଡାମହୁଲରେ ଥିବା ବେଳେ ସେ ଭତ୍ତା ଆଣିବାକୁ ଯାଇ ଘରକୁ ନଫେରି ଅନ୍ୟ ଦିଗକୁ ଯାଇ ସେ ଘର ଭିତରକୁ କେମିତି ଗଲେ ଓ ତାଙ୍କ ମୃତ୍ୟୁ କେମିତି ହେଲା ବୋଲି ପ୍ରଶ୍ନ ଉଠୁଛି। ତେବେ ତାଙ୍କୁ କେହି ହତ୍ୟା କରି ଶବକୁ ଲୁଚାଇ ଦେଇଥିବା ସନ୍ଦେହ କରାଯାଉଛି ଏବଂ ଶବକୁ ଲୁଚାଇବାକୁ ଯାଇ ସେହି ଘର ଭିତରେ ମଲା କୁକୁରକୁ ମଧ୍ୟ ପକାଇ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ