Saturday, May 18, 2024
39 C
Odisha

    ସମ୍ ଅଲ୍ଟିମେଟ ମେଡିକେୟାରରେ ଦୁଇ ଶିଶୁଙ୍କ ଶରୀରରେ କକ୍‌ଲିୟର ଇଂପ୍ଲାଂଟ ପ୍ରତ୍ୟାରୋପଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ଓଡ଼ିଶାର ଉପାନ୍ତ ଅଂଚଳର ଦୁଇ ଜଣ ଶିଶୁଙ୍କ ଶରୀରରେ ସଫଳତାର ସହ କକ୍‌ଲିୟର ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯିବା ପରେ ସେମାନେ ଶ୍ରବଣ ଶକ୍ତି ପାଇ ପାରିଛନ୍ତି ।
    କେନ୍ଦୁଝର ଜିଲ୍ଲାର ଏହି ଦୁଇ ଶିଶୁଙ୍କର ଜନ୍ମରୁ ବାକ୍ ଶକ୍ତି ଓ ଶ୍ରବଣ ଶକ୍ତି ନ ଥିବା ଜଣାପଡ଼ିବା ପରେ ସେମାନଙ୍କ ପିତା ମାତା ଅଧିକ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରକୁ ଆଣିଥିଲେ । ସମ୍ମମ୍‌ର ଇଏନ୍‌ଟି ଓ ସ୍କଲ ବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ପରୀକ୍ଷା ନିରୀକ୍ଷା ପରେ ଦୁଇ ଶିଶୁଙ୍କ ଶରୀରରେ କକ୍‌ଲିୟର ପ୍ରତ୍ୟାରୋପଣ ଆବଶ୍ୟକତା ଥିବା ଜଣାଇଥିଲେ ।
    ପୋଷ୍ଟେରିୟର ଟିମ୍ପାନୋଟୋମୀ ପଦ୍ଧତି (ଯାହାକି ଏକ ମିନିମାଲି ଇନ୍‌ଭାସିଭ ପ୍ରୋସିଡ୍ୟୁୟର) ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଥିଲା । ଏହି ପ୍ରକ୍ରିୟାରେ ଗୋଟିଏ ସାମାନ୍ୟ ଛିଦ୍ର କରାଯାଇଥାଏ ଯାହା ଫଳରେ କମ୍ ଯନ୍ତ୍ରଣା ହୋଇଥାଏ ବୋଲି ଡାକ୍ତର ସାହୁ କହିଛନ୍ତି । ମାର୍ଚ୍ଚ ୩ ତାରିଖ ବିଶ୍ୱ ଶ୍ରବଣ ଦିବସ ପରିପ୍ରେକ୍ଷୀରେ ଏହି ପ୍ରତ୍ୟାରୋପଣ ସମ୍ବନ୍ଧରେ ତଥ୍ୟ ଦେଇଛନ୍ତି ଡାକ୍ତର ସାହୁ ।
    ଏହି ପ୍ରକ୍ରିୟା ଦ୍ୱାରା ରୋଗୀ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ । ଦୁଇଟି ଯାକ ପ୍ରତ୍ୟାରୋପଣ ସଫଳ ହୋଇଥିବା ବେଳେ ୨୧ ଦିନ ପରେ ଏହାକୁ ସୁଇଚ୍ ଅନ୍ କରାଯାଇଥିଲା ବୋଲି ସେ କହିଥିଲେ ।
    ସମ୍ମମର ଅଡିଓଲୋଜିଷ୍ଟ ଶ୍ରୀମତି ଲୋପାମୁଦ୍ରା ତ୍ରିପାଠୀ କହିଛନ୍ତି ଯେ ଦୁଇ ଶିଶୁଙ୍କର ୩ ମାସ ଧରି ସ୍ପିଚ୍ ଥେରାପି କରାଯିବ ।
    ଡାକ୍ତର ସାହୁ କହିଛନ୍ତି ଯେ ବିଶ୍ୱରେ ୮୦ ପ୍ରତିଶତ ଲୋକଙ୍କର ଶ୍ରବଣ ଶକ୍ତିରେ ସମସ୍ୟା ରହିଥିବା ସତ୍ୱେ ଚିକିତ୍ସା ହୋଇପାରି ନଥାଏ । କାନ ଏବଂ ଶ୍ରବଣ ଶକ୍ତିର ଯତ୍ନ ନେଇ ମନୋଭାବ ପରିବର୍ତନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
    ଅତ୍ୟଧିକ କିମ୍ବା ସମ୍ପୂର୍ଣ୍ଣ ଭାବେ ବଧିର ଥିବା ରୋଗୀଙ୍କ ଠାରେ ଏହି କକ୍‌ଲିୟର ପ୍ରତ୍ୟାରୋପଣ କରାଯାଇଥାଏ । ଏହା ଏକ ଛୋଟ ଇଲେକ୍ଟ୍ରୋନିକ୍ ଯନ୍ତ୍ର ଯାହାକୁ କି କାନର ଭିତର ପାଶ୍ୱର୍ରେ ଖଞ୍ଜା ଯାଇଥାଏ । ଏହା ଦ୍ୱାରା କମ୍ ଶୁଣି ପାରୁଥିବା କିମ୍ବା ସମ୍ପୂର୍ଣ୍ଣ ଶ୍ରବଣ ଶକ୍ତିହୀନ ଲୋକ ଶୁଣିବାକୁ ସକ୍ଷମ ହୋଇଥାଏ । ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶ୍ୱ ଶ୍ରବଣ ଦିବସର ପ୍ରସଙ୍ଗ ହେଉଛି ‘ଚେଞ୍ଜିଙ୍ଗ୍ ମାଇଣ୍ଡସେଟ୍‌ସ : ଲେଟ୍ସ ମେକ୍ ଇୟର ଆଣ୍ଡ ହିୟରିଂ କେୟାର ଏ ରିୟଲିଟି ଫର ଅଲ୍‌’ ବୋଲି ଡାକ୍ତର ସାହୁ କହିଛନ୍ତି । ଡାକ୍ତର ସାହୁ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଓ ଆସିଷ୍ଟାନ୍ସ ଟୁ ଡିଜାବଲ୍ଡ ପର୍ସନ୍ସ ଫର୍ ପର୍ଚେଜ୍ / ଫିଟିଙ୍ଗ୍ ଅଫ୍ ଏଡ୍ସ ଆଣ୍ଡ ଆପ୍ଲାଏନ୍‌ସେସ୍ (ଏଡିଆଇପି) ଯୋଜନା ମାଧ୍ୟମରେ ବିନା ମୂଲ୍ୟରେ ଅନେକ ଶିଶୁ ଶ୍ରବଣ ଶକ୍ତି ଫେରି ପାଇପାରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    39 ° C
    39 °
    39 °
    25 %
    3.4kmh
    94 %
    Sat
    38 °
    Sun
    39 °
    Mon
    41 °
    Tue
    42 °
    Wed
    39 °

    ସମ୍ବନ୍ଧିତ