Monday, September 21, 2026
23.5 C
Odisha

    ପୋଲସରାରେ ଚାଞ୍ଚଲ୍ୟ: ଘର ଭିତରୁ ମା’ ଓ ୨ ବର୍ଷୀୟ ଶିଶୁକନ୍ୟାର ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିମିନା ପଞ୍ଚାୟତ ସାନ ବରଗାଁ ଗ୍ରାମ ବାଲିହତାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ଘରର ଗୋଟିଏ କୋଠରିରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ମାଆ ମାଣିକ ଗୌଡ଼(୩୦) ଓ ୨ବର୍ଷର ଝିଅ ଗେଲି। ପୋଲସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ମୃତ ମାଣିକଙ୍କ ମା’ ଭାସି ଗୌଡ଼ ଝିଅ ଓ ନାତୁଣୀକୁ ଶ୍ବଶୁର ଘର ଲୋକ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ପୁଲିସ ଏହି ଦିଗ ଉପରେ ତଦନ୍ତ କରୁଛି।
    ସୂଚନା ଅନୁସାରେ, ସାନ ବରଗାଁରେ ରହୁଥିବା ଭିକାରୀ ଗୌଡ଼ ଗତ ପ୍ରାୟ ୩ ବର୍ଷ ତଳେ ମାଣିକଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ପୁଅ ଅଛି। ସେହିପରି ଦ୍ବିତୀୟ ବିବାହ ପରେ ତାଙ୍କର ଏକ ଝିଅ ଜନ୍ମ ହୋଇଛି। ଆଜି ଅପରାହ୍‌ଣରେ ଝିଅ ଓ ନାତୁଣୀ ଆତ୍ମହତ୍ୟା କରିଥିବା ନେଇ ମା’ ଭାସି ଖବର ପାଇଥିଲେ। ସେ ତୁରନ୍ତ ଝିଅ ଘରକୁ ଯାଇଥିଲେ। ଏକ କୋଠରିରେ ଉଭୟଙ୍କ ମୃତଦେହ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଆତ୍ମହତ୍ୟା ଘଟଣାକୁ ମା’ ଭାସି ସହଜରେ ଗ୍ରହଣ କରି ନଥିଲେ। ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ। ସେପଟେ ପୋଲସରା ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ମା’ ଭାସିଙ୍କ ଅଭିଯୋଗ ଅନୁସାରେ ପୁଲିସ କେସ୍ ନମ୍ବର ୧୬୬/୨୪ରେ ଏକ ହତ୍ୟା ମାମଲା ରୁଜୁ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    96 %
    0.5kmh
    93 %
    Mon
    28 °
    Tue
    28 °
    Wed
    28 °
    Thu
    23 °
    Fri
    23 °

    ସମ୍ବନ୍ଧିତ