Friday, January 9, 2026
18.1 C
Odisha

    ୱାୟନାଡ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ; ମାଟି ତଳେ ଶତାଧିକ ଲୋକ ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟରେ ସ୍ଥଳସେନା ଓ ନୌସେନା

    ଆଗକୁ ପଢନ୍ତୁ

    କେରଳ ୱାୟନାଡ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ହୋଇଥିବାବେଳେ ଏବେବି ମାଟି ତଳେ ଶତାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସ୍ଥଳସେନା ଓ ନୌସେନାର ଯବାନ୍ ।କେରଳର ୱାୟନାଡ଼ରେ , ସୋମବାର ରାତି ଥିଲା କାଳରାତ୍ରୀ । ସମସ୍ତେ ଗଭୀର ନିଦ୍ରାରେ ଶୋଇଥିବାବେଳେ ମାଡି ଆସିଥିଲା କାଳ । ବାହାରେ ପ୍ରବଳ ବର୍ଷା ହେଉଥିଲା। ହଠାତ୍ ଏମତି କିଛି ଘଟିଲା ଯାହା ବୁଝିବାକୁ କାହା ପାଖରେ ସମୟ ନଥିଲା । ପ୍ରବଳ ବର୍ଷାରେ ଭୀଷଣ ଭୂସ୍ଖଳନ ଘଟି ଭାସିଯାଇଥିଲା ଶହଶହ ଘର, ଗାଡି । ଆଉ ନିଖୋଜ ହୋଇଯାଇଥିଲେ ଅନେକ ଲୋକ । କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହୁରି ଅନେକଙ୍କୁ ଖୋଜା ଚାଲିଛି । ଭୂସ୍ଖଳନରେ ମାଟିରେ ମିଶିଯାଇଛି ମୁଣ୍ଡାକାଇ, ଚୁର୍ଲାମାଲା, ଅଟ୍ଟାମାଲା ଓ ନୁଲପୁଜା ଗାଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    18.1 ° C
    18.1 °
    18.1 °
    25 %
    0.8kmh
    62 %
    Fri
    25 °
    Sat
    26 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ