Wednesday, September 23, 2026
23.8 C
Odisha

    ଦେଶର ସୁରକ୍ଷା ପାଇଁ ଭୁବନେଶ୍ବରରେ ଆଲୋଚନା ହେଉଛି ତିନି ଦିନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀର ୫୯ତମ ସଂସ୍କରଣ ଲୋକସେବା ଭବନରେ ଆରମ୍ଭ ହୋଇଯାଇଛି। ଏହି ସମ୍ମିଳନୀକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିଛନ୍ତି। ଏହି ସମ୍ମିଳନୀ ତିନି ଦିନ ଧରି ଚାଲିବ। ଏହି ସମ୍ମିଳନୀରେ ବହୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ, ବିଶିଷ୍ଠ ବ୍ୟକ୍ତି ଯୋଗ ଦେଉଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିନ ୧ଟା ୧୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସ୍ବାଗତ ଜଣାଇଥିଲେ। ସେଠାରୁ ସିଧାସଳଖ ଲୋକସେବା ଭବନ କନ୍‌ଭେନସନ୍‌ ହଲକୁ ଯାଇଥିଲେ। ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ। ବୈଠକ ସରିବା ପରେ ଶ୍ରୀ ଶାହ ଆଇପିଏସ୍‌ ମେସ୍‌କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି।

    ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ

    ଡିଜିପି ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଅପରାହ୍‌ଣ ୪ଟା ୧୫ରେ ଏକ ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ବିମାନବନ୍ଦର ବାହାରେ ସେ ଏକ ସଭାରେ ଯୋଗ ଦେବେ। ପରବର୍ତ୍ତୀ ସମୟରେ ସିଧାସଳଖ ରାଜଭବନକୁ ଯିବେ। ରାଜଭବନରେ ପ୍ରାୟ ୧ଘଣ୍ଟା ରହିବା ପରେ ବିଜେପି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବେ। ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ବୈଠକ ସରିବା ପରେ କଡ଼ା ସୁରକ୍ଷା ଭିତରେ ପୁନର୍ବାର ରାଜଭବନକୁ ଫେରିଯିବେ। ରାଜଭବନରେ ପ୍ରଧାନମନ୍ତ୍ରୀଙ୍କ ରହଣି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

    ମୋଦୀ-ଶାହଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା

    ଡିଜିପି ସମ୍ମିଳନୀ ପାଇଁ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ମୁଖ୍ୟ ଛକଗୁଡ଼ିକରେ ବିଏସ୍‌ଏଫ୍‌, ସିଆରପିଏଫ୍‌ ଯବାନଙ୍କ ସମେତ ସୁରକ୍ଷାବାହିନୀର ଅନ୍ୟ କର୍ମଚାରୀ ମୁତୟନ ହୋଇଛନ୍ତି। ମୋଦୀଙ୍କ ଗସ୍ତକୁ ନେଇ ଭୁବନେଶ୍ୱରର ବିଭିନ୍ନ ରୁଟ୍‌ରେ ଟ୍ରାଫିକ କଟକଣା କରାଯାଇଛି। ମୋଦୀଙ୍କ ଝଲକ ଟିକେ ପାଇବା ପାଇଁ ବିମାନବନ୍ଦର ଠାରୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ରାସ୍ତାକଡ଼ରେ ସମର୍ଥକମାନେ ଭିଡ଼ ଲଗାଇବା ଆରମ୍ଭ କରିଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    99 %
    1.4kmh
    100 %
    Tue
    24 °
    Wed
    27 °
    Thu
    27 °
    Fri
    29 °
    Sat
    28 °

    ସମ୍ବନ୍ଧିତ