Saturday, September 26, 2026
29.8 C
Odisha

    ପ୍ରଧାନମନ୍ତ୍ରୀଙ୍କୁ‌ ଭେଟିଲେ ଧାମି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସାକ୍ଷାତ କରି ଉତ୍ତରାଖଣ୍ଡର ବିକାଶ ଲାଗି ଆଲୋଚନା କରିଛନ୍ତି। ତୃତୀୟ ପାଳି ଶାସନ ଭାର ଗ୍ରହଣ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ଏକ ମହାସୁ ଦେବତା ପ୍ରତିକୃତି ଉପହାର ଦେଇଛନ୍ତି। ମାନସ ଖଣ୍ଡ ମନ୍ଦିର ମାଳା ମିସନ ପାଇଁ ସେ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପାଇଁ ଅନୁରୋଧ କରିଥିବା ବେଳେ ଉତ୍ତରାଖଣ୍ଡରେ ତିନିଟି ଟନେଲ୍ ପ୍ରକଳ୍ପକୁ ଅନୁମୋଦନ କରିବାକୁ କହିଛନ୍ତି। ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଅଟକି ରହିଥିବା ଜଳ ବିଦ୍ୟୁତ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଲାଗି ଅନୁମତି ଦେବାକୁ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ଉତ୍ତରାଖଣ୍ଡର ଭୌଗୋଳିକ ସ୍ଥିତିକୁ ଦେଖି କ୍ଷତିପୂରଣ ବନୀକରଣ ନିୟମ କୋହଳ କରିବାକୁ ସେ ଅନୁରୋଧ କରିଛନ୍ତି। ରାଜ୍ୟର ୬୭ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ଥିବାରୁ ବିଭିନ୍ନ ପ୍ରକଳ୍ପ ଲାଗି ଜଙ୍ଗଲ ଜମି ବ୍ୟବହାରର ଅନୁମତି ଦେବାକୁ ସେ କହିଛନ୍ତି। ଡେରାଡୁନ-ମସୁରି ରେଳପଥକୁ ମଞ୍ଜୁର କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    68 %
    2.8kmh
    82 %
    Sat
    31 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ