Tuesday, June 23, 2026
37.3 C
Odisha

    ଯୋଗ କରିବା ଦ୍ୱାରା ବଢିଥାଏ ଆଖିର କ୍ଷମତା, ପ୍ରତିଦିନ କରନ୍ତୁ ଏହି ପ୍ରାଣାୟାମ

    ଆଗକୁ ପଢନ୍ତୁ

    ବର୍ତ୍ତମାନର ଆଧୁନିକ ଯୁଗରେ ସମସ୍ତେ ମୋବାଇଲ କିମ୍ବା ଲାପଟପ ସହିତ ଅଧିକ ସମୟ ଅତିବାହିତ କରୁଛନ୍ତି। ଯେଉଁଥିପାଇଁ ଲୋକମାନେ ବିଶ୍ରାମ କରିବା ପରିବର୍ତ୍ତେ ଅଧିକାଂଶ ସମୟ ଏପରି ବୈଦ୍ୟୁତିକ ଉପକରଣ ସହିତ ବିତାଉଛନ୍ତି। ଏହା ଆଖି ଉପରେ ଅଧିକ ମାତ୍ରାରେ ପ୍ରଭାବ ପକାଉଛି। ଏଥିପାଇଁ ଆପଣ ପୋଷଣଯୁକ୍ତ ଆହାର ଖାଇଲେ ହିଁ ଦୃଷ୍ଟିଶକ୍ତି କ୍ଷମତା ମଧ୍ୟ ବଢାଇପାରିବ। ଯୋଗ ଏବଂ ପ୍ରାଣାୟାମ କରି ଆଖିକୁ ସୁସ୍ଥ କରିପାରିବେ। ଆଖୁକୁ କମ୍‌ ଦେଖାଯିବା, ଝାପ୍‌ସା ଦେଖାଯିବା, ବିଭିନ୍ନ ପ୍ରକାର ଆଖି ସମସ୍ୟା ପାଇଁ ବିଭିନ୍ନ ପ୍ରକାର ପ୍ରାଣାୟାମ କରିବା ଉଚିତ। ଏପରି ସମସ୍ୟାରୁ ବଞ୍ଚିବା ପାଇଁ ଭୃଜଙ୍ଗାସନ, ସର୍ବାଙ୍ଗାସନ, ଶୀର୍ଷାସନ କରିବା ଉଚିତ। ଏହିସବୁ ଆସନ କରିବା ସହ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଆଖିରେ ରକ୍ତ ସଂଚାଳନ ବଢିଥାଏ। ଏହାଦ୍ୱାରା ଆଖିକୁ ହେବାକୁ ଥିବା ଗୁରୁତର ରୋଗରୁ ବଞ୍ଚିପାରିବେ।

     

    ପ୍ରତିଦିନ କରନ୍ତୁ ସୂର୍ଯ୍ୟଭେଦୀ ପ୍ରାଣାୟାମ :

    – ସୂର୍ଯ୍ୟଭେଦୀ ପ୍ରାଣାୟାମ ଆଖି ପାଇଁ ବେଶ ଉପକାରୀ। ଯଦି ଏହାକୁ ଆପଣ ନିୟମିତ ଭାବେ ଦ୍ୱାରା ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା କମ୍‌ ହୋଇଥାଏ।– ପ୍ରଥମେ ସିଧା ଭାବେ ଗୋଡକୁ ଲମ୍ବାଇ ବସାନ୍ତୁ। ପ୍ରଥମେ ଡାହାଣ ଏବଂ ତା’ ପରେ ବାମକୁ ଦେଖନ୍ତୁ। ଏପରି ଅଭ୍ୟାସ ୧୦ରୁ ୨୦ଥର କରନ୍ତୁ।

    – ଏପରି ଅବସ୍ଥାରେ ବସି ସାମ୍ନା କିମ୍ବା ତେରଛା ଦେଖିବା ଅଭ୍ୟାସ କରନ୍ତୁ। ଏପରି ମଧ୍ୟ ୧୦-୨୦ ଥର କରନ୍ତୁ।

    – ଏପରି ବସି ଆଖିକୁ ଉପରକୁ କିମ୍ବା ତଳକୁ କରି ଦେଖିବା ଅଭ୍ୟାସ କରନ୍ତୁ। ଉପରକୁ ଦେଖିବା ବେଳେ ନିଶ୍ୱାସ ଭିତରକୁ ନିଅନ୍ତୁ, ତଳକୁ ଦେଖିବା ବେଳେ ନିଶ୍ୱାସ ଛାଡନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.3 ° C
    37.3 °
    37.3 °
    31 %
    2.8kmh
    72 %
    Tue
    36 °
    Wed
    38 °
    Thu
    39 °
    Fri
    35 °
    Sat
    36 °

    ସମ୍ବନ୍ଧିତ