Monday, January 26, 2026
19.8 C
Odisha

    ମ୍ୟାଚ ହାରିବା ପରେ ଟିମ ଇଣ୍ଡିଆକୁ ଡବଲ ଝଟକା: ଧିମା ବୋଲିଂ ପାଇଁ ୧୦% କଟିଲା ମ୍ୟାଚ ଫି’

    ଆଗକୁ ପଢନ୍ତୁ

    ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ଉପରେ ଜରିମାନା ଲଗାଇଛି ଆଇସିସି । ୧୦ ପ୍ରତିଶତ ମ୍ୟାଚ ଫି କଟାଯିବା ସହିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପରୁ ମଧ୍ୟ ୨ପଏଂଟ କଟାଯାଇଛି । ନିର୍ଧାରିତ ସମୟ ମଧ୍ୟରେ ଧୀମା ବୋଲିଂ ଯୋଗୁ ଟିମ୍ ଭାରତୀୟ କ୍ରିକେଟ ଟିମ୍ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆର୍ନ୍ତଜାତୀୟ କ୍ରିକେଟ ବୋର୍ଡ । ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବୋଲର ମାନେ ଦୁଇ ଓଭର କମ ବୋଲିଂ କରିଥିବା ଅଭିଯୋଗ ହୋଇଛି । ଆଇସିସି ନିୟମ ମୁତାବକ ନିର୍ଧାରିତ ସମୟ ମଧ୍ୟରେ ଯଦି ଗୋଟିଏ ଦଳ କମ ଓଭର ବୋଲିଂ କରେ ତେବେ ଏହାକୁ ସ୍ଲୋ ଓଭର ଅପରାଧ ଭାବେ ଧରାଯିବା ସହିତ ଓଭର ପିଛା ଖେଳାଳିଙ୍କ ମ୍ୟାଚ ଫି କଟାଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    43 %
    2.3kmh
    3 %
    Mon
    19 °
    Tue
    31 °
    Wed
    33 °
    Thu
    32 °
    Fri
    33 °

    ସମ୍ବନ୍ଧିତ