Monday, September 14, 2026
23.8 C
Odisha

    ଡବଲ ଡେକର ବସ୍-କାର୍ ମୁହାଁମୁହିଁ ଧକ୍କା: ୭ ମୃତ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଟାୱା ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି। ଏକ ଡବଲ ଡେକର ବସ୍ ଏବଂ କାର ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ୭ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ୍ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।ରାତି ପ୍ରାୟ ସାଢ଼େ ୧୨ଟା ବେଳେ ରାଏ ବରେଲିରୁ ଦିଲ୍ଲୀ ଯାଉଥିବା ଏକ ଡବଲ ଡେକର ବସ୍ ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ରେ ୬୦ଜଣ ଲୋକ ଥିଲେ। ସେଥିମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦-୨୫ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାରରେ ଯାତ୍ରା କରୁଥିବା ତିନି ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଓ ଆହତଙ୍କ ପରିବାର ଲୋକଙ୍କୁ ପୁଲିସ୍ ସୂଚନା ଦେଇଛି।ବସ୍ ନାଗାଲାଣ୍ଡ ନମ୍ବର ବୋଲି କୁହାଯାଉଛି। କାରଟି ଆଗ୍ରାରୁ ଲକ୍ଷ୍ନୌକୁ ଯାଉଥିଲା। ଦୁର୍ଘଟଣା ପରେ ବସ୍ ନିୟନ୍ତ୍ରଣ ହରାଇ ଏକ୍ସପ୍ରେସୱେ ତଳକୁ ଚାଲିଯାଇଥିଲା। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ବସ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ ଅନ୍ୟ ଗାଡିରେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି।

    କାର୍ ଡ୍ରାଇଭରଙ୍କୁ ନିଦ ମାଡ଼ିବାରୁ ତାଙ୍କ ଆଖି କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ବୋଲି କୁହାଯାଉଛି। ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    92 %
    1kmh
    83 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ