Thursday, October 8, 2026
21.5 C
Odisha

    ଛାତରୁ ଡେଇଁ ପଳେଇଯାଉଥିଲେ ବିଧାୟକ, ଗୋଡ଼େଇ ଧରିଲା ଇଡି

    ଆଗକୁ ପଢନ୍ତୁ

    କୋଲକାତା : ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ବର୍ୱାନ ବିଧାନସଭା ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ଜୀବନ କୃଷ୍ଣ ସାହାଙ୍କୁ ସୋମବାର (୨୫ ଅଗଷ୍ଟ, ୨୦୨୫) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦଳ ଗିରଫ କରିଛି। ଏସଏସସି ସହାୟକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସହ ଜଡିତ ତଦନ୍ତ ସମୟରେ ଏହି ଗିରଫଦାରୀ କରାଯାଇଛି। ତେବେ ଯେଉଁ ଭଳି ଭାବେ ବିଧାୟକଙ୍କୁ ଇଡି ଧରିଲା ତାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେବେଳେ ଇଡି ଦଳ ବିଧାୟକ ସାହାଙ୍କ ଘରେ ପହଞ୍ଚିଲା, ସେ ହଠାତ୍ ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ, ଏହା ପରେ ସେ କାନ୍ଥ ଡେଇଁ ଖସି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଇଡି ଦଳ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ଥିଲା । ପଳାଉଥିବା ସମୟରେ ସେ ନିକଟସ୍ଥ ଡ୍ରେନରେ ତାଙ୍କ ମୋବାଇଲ ଫୋନ ଫିଙ୍ଗି ଦେଇଥିଲେ, କିନ୍ତୁ ଇଡି ଅଧିକାରୀମାନେ ତୁରନ୍ତ ଏହାକୁ ବାହାର କରି ଜବତ କରିଥିଲେ। ଇଡି ମୁର୍ସିଦାବାଦରେ ଥିବା ତାଙ୍କ ଘର, ଅନୁରାଧାଗଞ୍ଜରେ ଥିବା ତାଙ୍କ ଶ୍ବଶୂର ଘର ଓ ବୀରଭୂମରେ ଥିବା ତାଙ୍କ ସହାୟକଙ୍କ ଘରେ ଚଢଉ କରିଥିଲା । ଏହି ସମାନ ମାମଲାରେ ୨୦୨୩ ଏପ୍ରିଲ ମାସରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ତେବେ ଗୋଟିଏ ମାସ ପରେ ତାଙ୍କୁ ଜାମିନ ମିଳିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ