Thursday, September 17, 2026
24.8 C
Odisha

    ୫୬ ହଜାର କୋଟି ଟଙ୍କା ହେରଫେର ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ମେସର୍ସ ଭୂଷଣ ଭୂଷଣ ଷ୍ଟିଲ ଲିମିଟେଡର ୫ ଅଧିକାରୀ ଗିରଫ

    ଆଗକୁ ପଢନ୍ତୁ

    ୫୬ ହଜାର କୋଟି ଟଙ୍କାର ଏକ ବଡ ବ୍ୟାଙ୍କ ଦୁର୍ନୀତିରେ ସହ ଜଡିତ ମାମଲାରେ କେନ୍ଦ୍ରୀୟ ଯାଂଚ ଏଜେନ୍ସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମେସର୍ସ ଭୂଷଣ ଷ୍ଟିଲ ଲିମିଟେଡ କମ୍ପାନୀ ଓ କମ୍ପାନୀ ସହ ଜଡିତ କିଛି ନିର୍ଦ୍ଦେଶକଙ୍କ ସମେତ ଏହି ମାମଲା ଅନ୍ୟ କିଛି ଲୋକଙ୍କ ନାମରେ ଥିଲା । ଏହି ମାମଲାର ତଦନ୍ତ କରି ଇଡି କମ୍ପାନୀ ସହ ଜଡିତ ୫ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଇଡି କୋର୍ଟରେ ହାଜର କରିଛି ।ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଜୟ ମିତ୍ତଲ, ଅର୍ଚ୍ଚନା ମିତଲ (ନୀରଜ ସିଂଘଲଙ୍କ ଭଉଣୀ), ନିତୀନ ଜୋହରୀ (କମ୍ପାନୀର ପୂର୍ବତନ ସିଏଫଓ), ପ୍ରେମ ତିୱାରୀ (କମ୍ପାନୀର ପୂର୍ବତନ ସଭାପତି), ପ୍ରେମ ଅଗ୍ରୱାଲ(କମ୍ପାନୀର ପୂର୍ବତନ ଉପ ସଭାପତି)

    କିପରି ହୋଇଥିଲା ୫୬ ହଜାର କୋଟିର ଠକେଇ ?
    ଏହି ବ୍ୟାଙ୍କ ଠକେଇ ମାମଲାକୁ ନେଇ କେନ୍ଦ୍ରୀୟ ଯାଂଚ କମିଟି ଏସଏଫଆଇଓ ଦ୍ୱାରା କରାଯାଇଥିଲା । ପରେ ଇଡି ଏହି ମାମଲାକୁ ହାତକୁ ନେଇଥିଲା । ପରବର୍ତି ଯାଂଚ ଆଧାରରେ ଇଡି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ନିରଜ ସିଂଘଲଙ୍କ ସହ ଅନ୍ୟ ସହଯୋଗୀଙ୍କୁ ଗିରଫ କରିଥିଲା । ସେ ଅନେକ ଛୋଟ ସେଲ କମ୍ପାନୀ ମାଧ୍ୟମରେ ନୂଆ ପ୍ରୋଜେକ୍ଟ ନାମରେ ବ୍ୟାଙ୍କରୁ ଲୋନ ଆଣୁଥିଲେ । ପରେ ସେ ସବୁ ଚଳୁ କରିବା ସହ ଅସଲି ପ୍ରୋଜେକ୍ଟ କାମ ବେଳେ କ୍ଷତି ହେବାରୁ ଏ ଠକାମୀ ବିଷୟରେ ଜଣା ପଡିଥିଲା ।

    ବ୍ୟାଙ୍କ ଠାରୁ ଲୋନ ନେଇ ଠକିବା ପରେ ବ୍ୟାଙ୍କର ବିଭିନ୍ନ ଶାଖାରୁ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ପ୍ରଥମେ ଏସଏଫଆଇଓ ଯାଂଚ କରୁଥିବା ବେଳେ ସଂଗୀନ ମାମଲା ଦେଖି ଇଡି ମାମଲାରେ ପ୍ରବେଶ କରିଥିଲା । ଗତ ବର୍ଷ ୨୦୨୩ ଅକ୍ଟୋବର ମାସ ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, କୋଲକାତା, ମୁମ୍ବାଇ ତଥା ଭୁବନେଶ୍ୱର ଆଦି ସ୍ଥାନରେ ସର୍ଚ ଅପରେସନ କରାଯାଇଥିଲା ।

    ଯାଂଚରୁ ଏସବିଆଇ ତଥା ପିଏନବି ବ୍ୟାଙ୍କ ସହ କୋଟିଏରୁ ଅଧିକ ଟଙ୍କା ଠକେଇ ହୋଇଥିବା ବେଳେ ଧରା ପଡିଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତିକୁ ଅବୈଧ ଘୋଷଣା କରା ଯାଇଛି । ଏହା ଛଡା ଆସାମ, ରାୟଗଡା, ହରିୟାଣା, ଓ ଫରିଦାବାଦରେ ପ୍ରାୟ ୬୧ କୋଟିର ସମ୍ପତିକୁ ବ୍ୟାଜାପ୍ତ କରା ଯାଇଛି ଯାହାର ବର୍ତମାନ ବଜର ମୂଲ୍ୟ ଢେର ଅଧିକ ବୋଲି ଜଣା ପଡିଛି । ଖାଲି ଏତିକି ନୁହେଁ ନଗଦ ପଇସା ସହ ବିଦେଶୀ ମୁଦ୍ରା ଚେକ ଓ ୩ ଟି ମୂଲ୍ୟବାନ ଗାଡି ମଧ୍ୟ ଜବତ କରା ଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    85 %
    1kmh
    5 %
    Thu
    32 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ