Tuesday, September 29, 2026
24.9 C
Odisha

    ଜମିରେ ଶୋଇଥିଲେ ଦଳିଦେଲା ହାତୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳରେ  ଆତଙ୍କ ଦେଖାଦେଇଛି ହାତୀ ପଲ।। ଛତିଶଗଡ଼ରୁ ଏକ ହାତୀପଲ ଉକ୍ତ ଅଞ୍ଚଳକୁ ପଶିଆସିଛନ୍ତି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଖୁଡୁକ ଗ୍ରାମର ରାମସୁ ବାଇ ଗଣ୍ଡ।
    ରାମସୁ ଫସଲ ଜଗିବାକୁ ତାଙ୍କ ଚାଷ ଜମିରେ କୁଡ଼ିଆ କରି ସବୁଦିନ ଶୋଉଥିଲେ। ଗୁରୁବାର ମଧ୍ୟ ସେ ସେଠାକୁ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ହାତୀ ଛତିଶଗଡ଼ ଆଡ଼ୁ ପଶିଆସିଥିଲେ। ରାମସୁ ଜମିରେ ଥିବା କୁଡ଼ିଆରେ ଶୋଇଥିବା ବେଳେ ହାତୀ ତାଙ୍କୁ ଦଳିଦେଇଥିଲା। ଏଥିରେ ରାମସୁଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜମିରେ ପଡ଼ିଥିଲା। ଚାଷୀ ଲଖନ କଲାର ଓ ଶୁକଦେବ ଗଣ୍ଡ ଅମଳକରି ରଖିଥିବା ମକା ଓ ଧାନ ଫସଲକୁ ହାତୀପଲ ଦଳି ଚକଟି ନଷ୍ଟ କରିଦେଇଥିଲେ। ଉଭୟ ଚାଷୀଙ୍କ ୨୦ରୁ ଊର୍ଦ୍ଧ୍ୱ ଏକର ଜମିର ଅମଳ ନଷ୍ଟ କରିବା ସହ କ୍ଷେତରେ ଥିବା ୨ଟି କୁଡ଼ିଆକୁ ଭାଙ୍ଗି ଦେଇଛନ୍ତି। ଖବର ପାଇ ଶୁକ୍ରବାର ସକାଳେ ବନ ବିଭାଗ, ପୋଲିସ, ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ମୃତକଙ୍କ ପରିବାର ଓ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ଦେବାକୁ ସନରାଜ ଗଣ୍ଡଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି। କୁନ୍ଦେଇ ଥାନା ପୋଲିସ କେସ୍‌ ନଂ. ୩୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। କୁନ୍ଦେଇ ବନପାଳ ଯସ୍ମିନରାଣୀ କୁସ୍‌କାଙ୍କୁ ପଚାରିବାରୁ ବନ ବିଭାଗ ପକ୍ଷରୁ ଅନ୍ତିମ ସତ୍କାର ପାଇଁ ୧୦ ହଜାର ଟଙ୍କା ଦିଆଯାଇଛି। ପରେ ମୃତକଙ୍କ ପରିବାରକୁ ସରକାରୀ ସହାୟତାଭାବେ ୬ଲକ୍ଷ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ