Friday, May 3, 2024
42.8 C
Odisha

    ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ଟିମ ଘୋଷଣା, ଓଡ଼ିଶା ପ୍ରଭାରୀ ହେଲେ ଅଜୟ କୁମାର

    ଆଗକୁ ପଢନ୍ତୁ

    ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ଟିମ ଘୋଷଣା । ଉତ୍ତରପ୍ରଦେଶ ପ୍ରଭାରୀ ପଦରୁ ହଟିଲେ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ। ପ୍ରିୟଙ୍କା ଏବେ ଦଳର ମହାସଚିବ ପଦରେ ରହିବେ । ତାଙ୍କୁ କୌଣସି ଦାୟିତ୍ବ ଦିଆଯାଇ ନାହିଁ । ବାରଣାସୀ ଲୋକସଭା ଆସରରେ ପିଏମ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟାଣୁଆ ପ୍ରାଥୀ ଦେବାକୁ ଚାହୁଁଛି ଇଣ୍ଡିଆ ମେଣ୍ଟ । ସେଠାରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

    ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କୁ ଛତିଶଗଡ଼ ଦାୟିତ୍ବ ଦିଆଯାଇଛି । ରମେଶ ଚେନିଥାଲାଙ୍କୁ ମହାରାଷ୍ଟ୍ର ପ୍ରଭାରୀ ଭାବେ ନିଯୁକ୍ତି ମଳିଛି। ଓଡ଼ିଶାର ପିସିସି ପ୍ରଭାରୀ ବି ବଦଳାଯାଇଛି । ଝାରଖଣ୍ଡ ଜାମସେଦପୁର ପୂର୍ବତନ ସାଂସଦ ଅଜୟ କୁମାର ନୂଆ ପିସିସି ପ୍ରଭାରୀ ନିଯୁକ୍ତ କରାଯାଇଛି । ଜିତେନ୍ଦ୍ରଙ୍କୁ ଆସାମ ଓ ମଧ୍ୟପ୍ରଦେଶ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

    ସେହିପରି ମୋହନ ପ୍ରକାଶଙ୍କୁ ବିହାର ଦାୟିତ୍ବ ମିଳିଛି । ରାଜୀବ ଶୁକ୍ଳାଙ୍କୁ ହିମାଚଳ ଓ ଚଣ୍ଡୀଗଡ଼ ପ୍ରଭାରୀ ହୋଇଛନ୍ତି । ଦେବେନ୍ଦ୍ର ଯାଦବଙ୍କୁ ପଞ୍ଜାବ ପ୍ରଭାରୀ ଦାୟିତ୍ବ ମିଳିଛି । ରାଜୀବ ଶୁକ୍ଳାଙ୍କୁ ହିମାଚଳ ଓ ଚଣ୍ଡୀଗଡ଼, ଦେବେନ୍ଦ୍ର ଯାଦବଙ୍କୁ ପଞ୍ଜାବ ଓ ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଭାରୀ ଭାବେ ନିଯୁକ୍ତ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.8 ° C
    42.8 °
    42.8 °
    6 %
    4.9kmh
    0 %
    Fri
    43 °
    Sat
    42 °
    Sun
    45 °
    Mon
    44 °
    Tue
    43 °

    ସମ୍ବନ୍ଧିତ