Saturday, September 26, 2026
24.5 C
Odisha

    ଯାଜପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ବୈଠକ

    ଆଗକୁ ପଢନ୍ତୁ

    ,ଯାଜପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ବୈଠକ ଆଜି ରାମବାଗ କଲ୍ଯାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ଶ୍ରୀ ପାଣ୍ଡବ ଚନ୍ଦ୍ର ଧଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
    ଆସନ୍ତା ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି କୃଷକ ମୋର୍ଚ୍ଚା ଯାଜପୁର ଜିଲ୍ଲା ର ସମସ୍ତ ଗ୍ରାମ ରେ କୃଷକ ପଞ୍ଚାୟତ କରିବା ସହିତ ଘରକୁ ଘର ଯାଇ ଚାଷୀ ମାନଙ୍କୁ ଭେଟିବ। ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କଂ ୧୦ ବର୍ଷ ଶାସନ କାଳରେ କୃଷକ କଲ୍ୟାଣକାରୀ ଯୋଜନା ଉପରେ ଚାଷୀ ମାନଙ୍କୁ ଅବଗତ କରାଇବ ଏବଂ ନବୀନ ପଟ୍ଟନାୟକ ୨୫ ବର୍ଷ ଶାସନରେ ବ୍ୟାପକ ଚାଷୀ ମାରଣ ନିତୀ ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛି ଏବିଷୟରେ ଚାଷୀ ମାନଙ୍କୁ ଭେଟି ବ୍ୟାପକ ପ୍ରଚାର କରିବ ବିଜେପି କୃଷକ ମୋର୍ଚ୍ଚା ବୋଲି ରାଜ୍ୟ ସଭାପତି ତାଙ୍କ ଭାଷଣରେ କହିଥିଲେ।
    ବିଜେପି ଓଡିଶା ରେ ସରକାର କୁ ଆସିଲେ ଧାନ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଚାଷୀ ମାନଙ୍କ ଠାରୁ କିଣିବା ସହିତ ସମସ୍ତ ଚାଷ ଜମିକୁ ଜଳସେଚିତ କରିବ। ସମସ୍ତ ବ୍ଲକ୍ ରେ ଶୀତଳ ଭଣ୍ଡାର କରିବ। ପ୍ରାକୃତିକ ବିପର୍ଯ୍ୟୟ ରେ କ୍ଷତିଗ୍ରସ୍ତ ଫସଲର ଶତପ୍ରତିଶତ କ୍ଷତିପୂରଣ ବିଜେପି ସରକାର ଦେବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ।
    ବିଜେପି ଯାଜପୁର ଜିଲ୍ଲା ସଭାପତି ତଥା ବିଧାୟକ ପ୍ରାର୍ଥୀ ଶ୍ରୀ ଗୌତମ ରାୟ ଯାଜପୁର ଜିଲ୍ଲା ରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ତାଙ୍କ ଭାଷଣରେ କହିବା ସହିତ ଜନସାଧାରଣ ନିର୍ବାଚନ ରେ ଏହାର ଜବାବ ଦେବେ ବୋଲି ତାଙ୍କ ଭାଷଣରେ କହିଥିଲେ।
    ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ ଯାଜପୁର ଜିଲ୍ଲା ରେ କାର୍ଯ୍ୟକର୍ତ୍ତା ମାନେ ସକ୍ରିୟତା ଓ ନିଷ୍ଠାପର ଭାବେ କାମ କରି ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ କାମ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ବୈଠକରେ ବହୁ ନେତୃବୃନ୍ଦ କଂ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    92 %
    1.8kmh
    16 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ