Wednesday, March 25, 2026
22.8 C
Odisha

    ଦୀପାବଳିରେ ଦିଲ୍ଲୀରେ ବାଣଫୁଟା ବନ୍ଦ: ନିଷେଧାଜ୍ଞା ଜାରି ରହିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶୀତଋତୁରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଅନଲାଇନ୍‌ରେ ବାଣ ବିକ୍ରୟ ତଥା ବିତରଣ ଉପରେ ପ୍ରତିବନ୍ଧକ ଜାରି ରହିବ।

    ଏହି ନିଷେଧାଜ୍ଞା ୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ପ୍ରତିବନ୍ଧକକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଦିଲ୍ଲୀ ପୁଲିସ, ଡିପିସିସି ଏବଂ ରାଜସ୍ୱ ବିଭାଗ ସହଯୋଗରେ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଗୋପାଳ ରାୟ କହିଛନ୍ତି।

    ଗତ ବର୍ଷ ମଧ୍ୟ ସେପ୍ଟେମ୍ବର ମାସରେ ଦିଲ୍ଲୀ ସରକାର ବାଣବିକ୍ରି ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଶୀତଦିନେ ସମସ୍ତ ବାଣର ବିକ୍ରୟ ତଥା ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

    ଅକ୍ଟୋବରରୁ ଦିଲ୍ଲୀର ବାୟୁ ଖରାପ ହେବାକୁ ଲାଗିଥାଏ। ଏହାର ଦୁଇଟି ମୁଖ୍ୟ କାରଣ ଅଛି । ପ୍ରଥମେ, ଅକ୍ଟୋବରରେ ପାଗ ବଦଳିବା ଆରମ୍ଭ ହୋଇଥା‌ଏ, ତାପମାତ୍ରା ହ୍ରାସ ହୁଏ ଏବଂ ପବନର ବେଗ ମଧ୍ୟ କମିଯାଏ। ଦ୍ୱିତୀୟତଃ ଶୀତଋତୁରେ ଦିଲ୍ଲୀର ଆଖପାଖ ରାଜ୍ୟଗୁଡିକର କୃଷକମାନେ ଚାଷ ଜମିରେ ନଡ଼ା ଜଳିବା ଆରମ୍ଭ କରନ୍ତି, ଯାହା ପ୍ରଦୂଷଣକୁ ବଢ଼ାଇଥାଏ।
    ଦୀପାବଳି ଅବସରରେ ବାଣ ଫୁଟାଇବା ଯୋଗୁ ପରିସ୍ଥିତି ଅଧିକ ଖରାପ ହୋଇଯାଇଥାଏ। ଦିଲ୍ଲୀରେ ସଦର ବଜାର, ଚାନ୍ଦନୀ ଚୌକ୍, କୋଟଲା, ରୋହିଣୀ, ଏବଂ ଲକ୍ଷ୍ମୀନଗର ଭଳି ବଜାର ବାଣ ବ୍ୟବସାୟର ମୁଖ୍ୟ କେନ୍ଦ୍ର ଅଟେ। ତେବେ ବାଣ ଫୁଟା ଏବଂ ବିକ୍ରି ଉପରେ ହୋଇଥିବା ନିଷେଧାଦେଶ ଲୋକଙ୍କ ରୋଜଗାର ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି ବୋଲି ବ୍ୟବସାୟୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    79 %
    2.1kmh
    0 %
    Tue
    23 °
    Wed
    38 °
    Thu
    38 °
    Fri
    41 °
    Sat
    39 °

    ସମ୍ବନ୍ଧିତ