Saturday, September 12, 2026
24.4 C
Odisha

    ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ; ତିନି ଧଉରା କାଠ ରଖି ପୂଜାର୍ଚ୍ଚନା

    ଆଗକୁ ପଢନ୍ତୁ

    ପୁରୀ:‌ ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥ କାଠ ପହଞ୍ଚିବା ପରେ ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ କାର୍ଯ୍ୟ ସଂପନ୍ନ ହୋଇଛି। ରାଜନଅର ପକ୍ଷରୁ ‌ଦେବୀପ୍ରସାଦ ରାଜଗୁରୁଙ୍କ ସହ ଅନ୍ୟ ବ୍ରାହ୍ମଣମାନେ ଆଜି ଏହି ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିଛନ୍ତି। ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପୂଜାର୍ଚ୍ଚନା କରାଯାଇଛି। ବ୍ରାହ୍ମଣମାନେ ବାଗଦେବୀ ମା’ ସରସ୍ବତୀଙ୍କୁ ଆବାହନ ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରିଛନ୍ତି। ଚଳିତ ବର୍ଷର ରଥଯାତ୍ରା ନିର୍ବିଘ୍ନରେ ଶେଷ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
    ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏପରି ‌ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥାଏ। ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ସୂଚନା ଅନୁସାରେ, ଗତବର୍ଷର ୫୩ ଖଣ୍ଡ କାଠ ବଳି ପଡ଼ିଥିଲା। ଏଣୁ ଚଳିତବର୍ଷ ରଥଯାତ୍ରା ପାଇଁ ୮୧୨ ଖଣ୍ଡ ରଥ କାଠ ଆସିବ। ଏ ଭିତରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ ଧଉରା ଓ ଅସନ କାଠ ନୟାଗଡ଼ ଆସି ସାରିଛି। ପର୍ଯ୍ୟାୟକ୍ରମେ ବାକି କାଠ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    94 %
    3kmh
    100 %
    Sat
    25 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ