Saturday, October 10, 2026
22.4 C
Odisha

    ମାଲକାନଗିରିରେ ବିଜେଡିର ୨, କଂଗ୍ରେସର ୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

    ଆଗକୁ ପଢନ୍ତୁ

    ମାଲକାନଗିରି: ଆଜି ମାଲକାନଗିରି ବିଧାନସଭା ଆସନ ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନରୁ କଂଗ୍ରେସ ଏବଂ ବିଜେଡିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଗରମକୁ ଖାତିରି ନକରି ବିଜେଡି ଓ କଂଗ୍ରେସ ନିଜ ନିଜର ପରାକ୍ରମ ଆଜି ମାଲକାନଗିରିରେ ଦେଖାଇଛନ୍ତି। ବିଜେଡିର ମାଲକାନଗିରି ବିଧାନସଭା ଆସନ ପାଇଁ ଘୋଷିତ ପ୍ରାର୍ଥୀ ମାନସ ମାଡକାମୀ ନିଜର ହଜାର ହଜାର କର୍ମୀ ଓ ସମର୍ଥକମାନଙ୍କ ସହ ଏକ ବିରାଟ ପଟୁଆରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକ ମଧ୍ୟ ନିଜର ସମର୍ଥକମାନଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ବିଜେଡି କର୍ମୀଙ୍କ ଆତସବାଜିରେ ସହର ପ୍ରକମ୍ପିତ ହୋଇଉଠିଥିଲା। ସେହିପରି କଂଗ୍ରେସର ଦୁଇ ପ୍ରାର୍ଥୀ ସ୍ଥାନୀୟ ରାମ ମନ୍ଦିରରୁ ନିଜର ହଜାର ହଜାର କର୍ମୀ ଓ ସମର୍ଥକମାନଙ୍କ ସହ ବିରାଟ ରାଲିରେ ବାହାରିଥିଲେ। ମାଲକାନଗିରି ବିଧାନସଭା ପାଇଁ ମାଲା ମାଢି ଏବଂ ଚିତ୍ରକୋଣ୍ଡା ବିଧାନସଭା ପାଇଁ ମଙ୍ଗୁ ଖିଲ ନିଜ ନିଜର ନାମାଙ୍କନ ପତ୍ର ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିଲେ। ତେବେ ଦୁଇ ପାରଂପାରିକ ପ୍ରତିଦ୍ବନ୍ଦୀ ନିଜ ନିଜର ପରାକ୍ରମ ଦେଖାଇଥଲେ। କିଏ କେତେ ସମର୍ଥକଙ୍କୁ ଯୋଗାଡ କରି ନାମାଙ୍କନ ପତ୍ର ଦାଖଲ ବେଳେ ଏକଜୁଟ କରାଇପାରୁଛି ତାହା ଦେଖିବାକୁ ମିଳିଥିଲା। ଦୁଇ ଦଳର ପ୍ରାର୍ଥୀ ଓ ନେତାମାନେ ଦୁଇଟି ଯାକ ଆସନକୁ ହାତେଇବେ ବୋଲି ଆଜି ଦୃଢକ୍ତି ପ୍ରକାଶ କରି ଶକ୍ତି ପ୍ରଦର୍ଶନ କରିଥିଲେ। ନିର୍ବାଚନ ପରେ ହିଁ କେଉଁ ଦଳ ବିଜୟ ହେବ ତାହା ଜଣାପଡିବ ବୋଲି ଆଲୋଚନା ଜୋର ଧରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ