Tuesday, May 7, 2024
26.9 C
Odisha

    ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ମନାକଲେ ଆମେରିକା ରାଷ୍ଟ୍ରପତି । ଜାଣନ୍ତୁ କିଏ ହୋଇପାରନ୍ତି ମୁଖ୍ୟ ଅତିଥୀ

    ଆଗକୁ ପଢନ୍ତୁ

    ପ୍ରତିବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ଜଣେ ବିଦେଶୀ ନେତା ମୁଖ୍ୟ ଅତିଥି ହେବାର ପରମ୍ପରା ରହିଛି । ଏହି କ୍ରମରେ ଚଳିତ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ମୁଖ୍ୟ ଅତିଥୀ ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ କୌଣସି କାରଣରୁ ସେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାପରେ ଭାରତ ତରଫରୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋଙ୍କୁ ନିମନ୍ତ୍ରଣ କରାଯାଇଛି । ଯଦି ମାକ୍ରୋ ଏହି ନିମନ୍ତ୍ରଣକୁ ସ୍ୱୀକାର କରନ୍ତି ତେବେ ସେ ଷଷ୍ଠ ଥର ପାଇଁ ମୁଖ୍ୟ ଅତିଥୀ ହେବାକୁ ଯାଉଛନ୍ତି ।୯୭୬ ମସିହାରୁ ଏପର୍ଯ୍ୟନ୍ତ ଭାରତ ୫ଥର ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥୀ ଭାବେ ସାମିଲ କରିଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫ୍ରାନ୍ସର ବେଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । ଏହି ପରେଡରେ ଯୋଗ ଦେବାରେ ମୋଦୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଏହି ପରେଡରେ ଭାରତୀୟ ରାଫାଲ ମଧ୍ୟ ତାର ପରାକାଷ୍ଠା ଦେଖାଇଥିଲା ।

    ସେପଟେ ନିମନ୍ତ୍ରଣକୁ ଗ୍ରହଣ ନକରିବା ପଛରେ ଜୋ-ବାଇଡେନଙ୍କର କଣ ରହିଛି କାରଣ ସେନେଇ ଆମେରିକୀୟ ରାଜଦୂତ ଏରିକ ଗୋସେଟୀ କହିଛନ୍ତି କି, ଭାରତ ତରଫରୁ ନିମନ୍ତ୍ରଣକୁ ବ୍ୟସ୍ତତା କାରଣରୁ ଜୋ-ବାଇଡେନ ଅଗ୍ରାହ୍ୟ କରିଛନ୍ତି । ଏହାସହ ଜାନୁଆରୀ ମାସରେ ଭାରତରେ ହେବାକୁ ଥିବା କ୍ୱାଡ ସମ୍ମିଳନୀକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ବୈଠକ ଜାନ୍ରୁଆରୀ ୨୬ ତାରିଖ ପାଖା ପାଖି ହେବାର ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.9 ° C
    26.9 °
    26.9 °
    67 %
    3.3kmh
    13 %
    Mon
    27 °
    Tue
    36 °
    Wed
    41 °
    Thu
    41 °
    Fri
    40 °

    ସମ୍ବନ୍ଧିତ