Sunday, October 18, 2026
23.2 C
Odisha

    ଧାରା ୩୭୦ ଏବେ ଇତିହାସ, ଫେରିବାର ପ୍ରଶ୍ନ ନାହିଁ’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ବିଚ୍ଛିନ୍ନତାବାଦୀ ଧାରା ୩୭୦ ଏବେ ଇତିହାସ ପାଲଟି ଯାଇଛି। କୌଣସି ମତେ ଏହା ଆଉ ଫେରିପାରିବ ନାହିଁ ବୋଲି ଆଜି ଜମ୍ମୁ ଓ କଶ୍ମୀର ନିର୍ବାଚନ ନିମନ୍ତେ ଦଳୀୟ ଇସ୍ତହାର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

    ପ୍ରାୟ ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ହେଉଛି। କଂଗ୍ରେସ ଓ ଏନ୍‌ସି ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ସେମାନେ ବିଜୟୀ ହେଲେ ଧାରା ୩୭୦ ଫେରାଇ ଅଣାଯିବ ବୋଲି ଉଭୟ ଦଳର ନେତା ବୟାନ ଦେଉଛନ୍ତି। ଆଜି ଏହାର ଦୃଢ଼ ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି, ସେ ସମଗ୍ର ଦେଶକୁ ସ୍ପଷ୍ଟ କରାଇଦେବାକୁ ଚାହାନ୍ତି ଯେ ଧାରା ୩୭୦ ସଂପ୍ରତି ଇତିହାସ ପାଲଟିଯାଇଛି। ଏହା ଆଉ ଫେରିପାରିବ ନାହିଁ। ଜମ୍ମୁ-କଶ୍ମୀରରେ ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଶାହ କହିଛନ୍ତି, ଯେତେବେଳେ ମଧ୍ୟ ଭାରତ ଓ ଜମ୍ମୁ-କଶ୍ମୀରର ଇତିହାସ ଲେଖାଯିବ ସେ‌ତେବେଳେ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କାଳଖଣ୍ଡକୁ ସ୍ବର୍ଣ୍ଣାକ୍ଷରରେ ଲେଖାଯିବ।

    ଦଳର ନିର୍ବାଚନୀ ପ୍ରତିଶ୍ରୁତି ସମ୍ପର୍କରେ ଆଲୋକପାତ କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ରାଜୌରିରେ ଏକ ପର୍ଯ୍ୟଟନ ହବ୍‌ କରାଯିବ ଏବଂ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ। କଶ୍ମୀର ପଣ୍ଡିତଙ୍କ ପ୍ରତ୍ୟାବର୍ତ୍ତନ ଓ ଥଇଥାନ ନିମନ୍ତେ ବିସ୍ଥାପିତ ସମାଜ ପୁନର୍ବାସ ଯୋଜନା ଆରମ୍ଭ କରାଯିବ। ଜମ୍ମୁ ଓ କଶ୍ମୀର ସର୍ବଦା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ୧୯୪୭ରୁ ଆମର ହୃଦୟର ନିକଟରେ ରହିଛି ବୋଲି କହି ଅଞ୍ଚଳରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବେ ମୂଳପୋଛ କରାଯିବ ବୋଲି ଶାହ କହିଛନ୍ତି। ଯେଉଁମାନେ ଆତଙ୍କବାଦ ସୃଷ୍ଟି ପାଇଁ ଦାୟୀ ସେମାନଙ୍କ ଉପରେ ଶ୍ବେତପତ୍ର ପ୍ରକାଶ କରାଯିବ ବୋଲି ଦଳର ଶାହ ଦୋହରାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ