Wednesday, October 7, 2026
22.1 C
Odisha

    ଗ୍ୟାରେଜ ଓ ଗାଡ଼ି ମାଲିକଙ୍କ କବ୍‌ଜାରେ ସର୍ଭିସ ରୋଡ

    ଆଗକୁ ପଢନ୍ତୁ

    ପାଣିକୋଇଲି: ପାଣିକୋଇଲି ବଜାର ସର୍ଭିସ ରୋଡ୍‌ ଏବେ ଗ୍ୟାରେଜ ଓ ଗାଡ଼ି ମାଲିକଙ୍କ କବ୍‌ଜାରେ ରହିଛି। ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥର ମିଶ୍ରଣ ସ୍ଥଳ ହୋଇଥିବାରୁ ପାଣିକୋଇଲିରେ ସର୍ବଦା ଭାରୀଯାନର ଭିଡ଼ ଦେଖିବାକୁ ମିଳିଥାଏ।ପ୍ରତିଦିନ ହଜାରହଜାର ଭାରୀଯାନ, ଯାତ୍ରୀବାହୀ ବସ ସମେତ ଛୋଟଗାଡ଼ି ଚଳାଚଳ କରିଥାଏ। ୧୬ ନମ୍ବର ରାଜପଥର ପୁରୁଣା ଟୋଲଗେଟଠାରୁ ଓଭରବ୍ରିଜ ଆରମ୍ଭ ପର୍ଯ୍ୟନ୍ତ ସ୍ଥାନୀୟ ଲୋକ, ବାଇକ ଆରୋହୀ ଓ ସ୍କୁଲ କଲେଜକୁ ଯିବାଆସିବା କରୁଥବା ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନିର୍ମିତ ସର୍ଭିସରୋଡ ଏବେ ଗ୍ୟାରେଜ ଓ ଟ୍ରକ ମାଲିକଙ୍କ କବଜାରେ ରହୁଛି।ସେମାନେ ଏହି ରାସ୍ତାକୁ ପାର୍କିଂସ୍ଥାନ ଭାବେ ବ୍ୟବହାର କରୁଛନ୍ତି। ଏହି ରାସ୍ତା ଉପରେ ନିକଟସ୍ଥ ଗୋଳେଇପୁର ପଞ୍ଚାୟତର ହାଟସାହି, ସୋତି, ଖାନ୍ଦରାପୁର, ବାଟୁଳ ସମେତ ପାଣିକୋଇଲି ପଞ୍ଚାୟତର କାଙ୍କଲାପାଟଣା, ମଣିପୁର, ଦାମୋଦରପୁର ଗ୍ରାମବାସୀ ନିର୍ଭର କରିଥାନ୍ତି। ପାଣିକୋଇଲି ପ୍ରାଥମିକ ଚିକିତ୍ସାଳୟକୁ ମଧ୍ୟ ଲୋକମାନେ ଏହି ବାଟ ଦେଇ ଯିବାଆସିବା କରିଥାନ୍ତି। ଅଥଚ ଅଧିକାଂଶ ସମୟରେ ଟ୍ରକଗୁଡ଼ିକ ରାସ୍ତା ପାର୍ଶ୍ବରେ ଲମ୍ବାଧାଡ଼ିରେ ଠିଆହୋଇ ରହୁଥିବାରୁ ରାସ୍ତା ସବୁବେଳେ ଜାମ୍‌ ହୋଇ ରହୁଛି।

    ଗୋଟିଏ ଛୋଟଗାଡ଼ି କିମ୍ବା ବାଇକଟିଏ ସହଜରେ ଅତିକ୍ରମ କରିପାରୁନାହଁ। ବୁଧବାର ଅପରାହ୍‌ଣରେ ଏକ ହାଇୱା (ଓଡି ୩୪ ସି ୧୪୧୫) ସର୍ଭିସରୋଡ୍‌ ନିକଟରେ ଥିବା ଡ୍ରେନ୍‌ ଭିତରେ ଫସିରହିବାରୁ ରାସ୍ତାଟି ବହୁ ସମୟଧରି ଜାମ୍‌ ହୋଇଯାଇଥିଲା। ଫଳରେ ପ୍ରଚଣ୍ଡ ଖରାରେ ସାଧାରଣ ଲୋକମାନେ କଲବଲ ହୋଇଥିଲେ।

    କିଛିମାସ ପୂର୍ବରୁ ସର୍ଭିସରୋଡ ଜାମ୍‌ ସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଯାଜପୁର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆତର୍କିତ ଚଢ଼ଉ କରାଯାଇ ବେଆଇନ ପାର୍କିଂ ଗାଡ଼ିଗୁଡ଼ିକୁ ଜବତ କରି ଜରିମାନା କରାଯାଇଥିଲା। ସେବେ ତାଗିଦ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିନଥିବା ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି। ସ୍ଥାନୀୟ ପୁଲିସ ଓ ପରିବହନ ବିଭାଗ ତୁରନ୍ତ ପଦକ୍ଷେପ ନେବା ଲାଗି ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ