Wednesday, October 14, 2026
28.9 C
Odisha

    ଅଳିଆ ପୁଣି ଅଳିଆ ଗଦାକୁ ଗଲା: ନୀତୀଶ କୁମାରଙ୍କୁ ସମାଲୋଚନା କରି କହିଲେ ଲାଲୁଙ୍କ ଝିଅ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ଆଜି ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆର୍‌ଜେଡି’ ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସମାଲୋଚନା କରି କହିଛନ୍ତି। ହିନ୍ଦୀ ଭାଷାରେ ‘ଏକ୍ସ’ କରି ରୋହିଣୀ ଲେଖିଛନ୍ତି, ଅଳିଆ ପୁଣି ଅଳିଆ କୁଣ୍ଡକୁ ଗଲା, ଅଳିଆ-ମଣ୍ଡଳୀକୁ ଦୁର୍ଗନ୍ଧମୟ ଅଳିଆ ସୁହାଏ। ଆଜି ନୀତୀଶ କୁମାର ଇସ୍ତଫା ଦେବାର କିଛି ସମୟ ଆଗରୁ ରୋହିଣୀ ‘ଏକ୍ସ୍‌’ କରି କହିଥିଲେ, ଆମ ଜୀବନ ଥିବା ପର୍ଯ୍ୟନ୍ତ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଆମର ସଂଗ୍ରାମ ଜାରି ରହିବ। ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ୫ଟା ବେଳେ ନୀତୀଶ ଶପଥ ଗ୍ରହଣ କରି ‘ବିଜେପି’ ସମର୍ଥନରେ ବିହାରରେ ନୂଆ ସରକାର ଗଠନ କରିବେ। ଆସନ ବଣ୍ଟନ ବୁଝାମଣା ଆଲୋଚନା ବିଫଳ ହେବାରୁ ନୀତୀଶ କୁମାର ‘ଇଣ୍ଡିଆ ବ୍ଲକ୍‌’ ଉପରେ ରାଗି ଯାଇଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଆଜି ଇସ୍ତଫା ଦେବା ପରେ ସାମ୍ବାଦିକମାନଙ୍କୁ ନୀତୀଶ କୁମାର କହିଛନ୍ତି, ପୁରୁଣା ମେଣ୍ଟ ଛାଡ଼ି ନୂଆ ମେଣ୍ଟ ଗଠନ କରିବୁ। ଅଳ୍ପ କିଛି ଦିନ ହେବ ନୀତୀଶ କୁମାର ‘ବିଜେପି’ ଆଡ଼କୁ ଢଳୁଥିବାର ଆଭାସ ମିଳୁଥିଲା। ପୂର୍ବରୁ ‘ଜେଡି(ୟୁ)’ର ରାଜନୈତିକ ପରାମର୍ଶଦାତା ତଥା ମୁଖପାତ୍ର କେ. ସି. ତ୍ୟାଗୀ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ବିହାରରେ ମହାଗଠବନ୍ଧର ସରକାର ଭାଙ୍ଗିବା ପରିସ୍ଥିତିରେ ପହଞ୍ଚିଯାଇଛି। କଂଗ୍ରେସ ନେତୃତ୍ବର ଗୋଟାଏ ଗୋଷ୍ଠୀ ବାରମ୍ବାର ନୀତୀଶଙ୍କୁ ଅପମାନ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    61 %
    2.6kmh
    91 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ