Tuesday, March 11, 2025
20.3 C
Odisha

    ୨୮ ହଜାରରୁ ଅଧିକ ମୋବାଇଲ୍ ଫୋନକୁ ଅକାମୀ କରିବେ କେନ୍ଦ୍ର ସରକାର । ଜାଣନ୍ତୁ, ଏହା ପଛର କାରଣ କଣ?

    ଆଗକୁ ପଢନ୍ତୁ

    କେନ୍ଦ୍ର ସରକାରଙ୍କ ବଡ ଆକ୍ସନ । ବନ୍ଦ ହେବ ୨୮ ହଜାରରୁ ଅଧିକ ମୋବାଇଲ୍ ଫୋନ୍ । ସରକାର କିଛି ମୋବାଇଲ ୟୁଜର୍ସଙ୍କୁ ଚିହ୍ନଟ କରିବା ସହିତ, ସେମାନଙ୍କ ମୋବାଇଲ ଫୋନକୁ ବ୍ଲାକଲିଷ୍ଟ କରିଛି । ଏଥିସହିତ ତୁରନ୍ତ ଏହି ଫୋନ୍ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି । ମିଳିଥିବା ସୂଚନା ମୁତାବକ ବ୍ଲାକଲିଷ୍ଟ ହେଇଥିବା ଏହି ମୋବାଇଲ୍ ସଂଖ୍ୟା ପ୍ରାୟ ୨୮ ହଜାର ୨୦୦ ।ସାଇବର କ୍ରାଇମରେ ଜଡିତ ଥିବା ୨୮ ହଜାରରୁ ଅଧିକ ସ୍ମାର୍ଟଫୋନକୁ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସରକାରଙ୍କ ତରଫରୁ ଟେଲିକମ୍ କମ୍ପାନୀକୁ ନୋଟିସ୍ ଜାରିି କରାଯାଇଛି । ଖାଲି ସେତିକି ନୁହେଁ ତତ୍କାଳ ପ୍ରଭାବରେ ୨୦ ଲକ୍ଷ ମୋବାଇଲ କନେକ୍ସନର ରି-ଭେରିଫିକେସନ କରିବାକୁ କୁହାଯାଇଛି ।

    ସୂଚନାଯୋଗ୍ୟ ଯେ, ଟେଲିକମ୍ ବିଭାଗ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ରାଜ୍ୟ ପୋଲିସକୁ ନେଇ ସାଇବର କ୍ରାଇମ୍ ଏବଂ ଅନଲାଇନ୍ ଫ୍ରଡକୁ ରୋକିବାକୁ ଏକ ଟିମ୍ ଗଠନ ହେଇଥିଲା । କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ପୋଲିସ ସହ ମିଶି ପ୍ରାୟ ୨୮ ହଜାର ୨୦୦ ମୋବାଇଲ୍ ଫୋନର ଚିହ୍ନଟ କରିଛି, ଯାହାକି ସାଇବର କ୍ରାଇମରେ ସାମିଲ ଥିଲା । ତେଣୁ ଏହି ସବୁ ମୋବାଇଲକୁ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    37 %
    1.1kmh
    1 %
    Tue
    36 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ