Thursday, September 17, 2026
24.8 C
Odisha

    ମହାରାଷ୍ଟ୍ରର ୧୧ ଅସନ୍ତୁଷ୍ଟଙ୍କୁ ଶାନ୍ତ କରିବା ପାଇଁ ଚିନ୍ତାରେ ସରକାର

    ଆଗକୁ ପଢନ୍ତୁ

    ନାଗପୁର: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଦେବେନ୍ଦ୍ର ଫଡନାଭିସ୍‌ଙ୍କ କ୍ୟାବିନେଟ୍ ଗଠନ ହୋଇଛି।ଏହା ପରେ ବିଜେପି ତଥା ସହଯୋଗୀ ଦଳ ସଦସ୍ୟମାନଙ୍କ ମଧ୍ୟରେ ବିଦ୍ରୋହ ଧୀରେ ଧୀରେ ଦାନା ବାନ୍ଧିବା ଆରମ୍ଭ କରିଛି। ଶାସକ ମହାୟୁତି ମିଳିତ ମଞ୍ଚର ନେତାମାନେ ଏପରି କିଛି ବିବୃତି ଦେଇଛନ୍ତି ଯାହା ସୂଚାଇ ଦେଉଛି ଯେ, ଦେବେନ୍ଦ୍ର ଫଡନାଭିସ୍ ସରକାର ଆଗାମୀ ଦିନରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

    ରାଜନୈତିକ ମହଲରେ ସବୁଠାରୁ ବଡ଼ ଧରଣର ଅସନ୍ତୋଷ ଛଗନ୍ ଭୁଜବଳଙ୍କ ସମର୍ଥକଙ୍କ ମଧ୍ୟରେ ସୃଷ୍ଟି ହୋଇଛି। ସେଥିପାଇଁ ଛଗନ ଭୁଜବଲ ମଧ୍ୟ କହିଛନ୍ତି ଯେ, ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କ ସହ କଥା ହେବା ପରେ ସେ ତାଙ୍କ ଭବିଷ୍ୟତ ସ୍ଥିର କରିବେ। ଅନ୍ୟପକ୍ଷରେ, ଅନ୍ୟ ଜଣେ ଭେଟେରାନ୍ ବିଜେପି ନେତା ସୁଧୀର ମୁଙ୍ଗନ୍ତିୱାର ମଧ୍ୟ ଫଡନାଭିସ୍‌ ତାଙ୍କୁ ଦୂରେଇ ଦେଇଥିବାରୁ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ନିତିନ ଗଡକରୀଙ୍କ ସହ ଏ ବିଷୟରେ କଥା ହୋଇଥିଲେ ଏବଂ ପ୍ରଥମ ଦିନ ବିଧାନସଭାକୁ ଯାଇ ନ ଥିଲେ।

    ଏନସିପିର ଅଜିତ ପାୱାର ଦଳର ପାଞ୍ଚଜଣ ବିଶିଷ୍ଟ ନେତା ଶାସକ ମହାୟୁତି କ୍ୟାବିନେଟରୁ ବାହାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଛଗନ ଭୁଜବଳ, ଧର୍ମ ରାଓ ବାବା ଆତ୍ରାମ, ସଞ୍ଜୟ ବାନସୋଡେ, ଦିଲୀପ ୱାଲ୍ସେ ପାଟିଲ ଏବଂ ଅନିଲ ପାଟିଲଙ୍କୁ କ୍ୟାବିନେଟରୁ ବାହାରେ ରଖାଯାଇଛି।

    ଏହା ବ୍ୟତୀତ ଭାରତୀୟ ଜନତା ପାର୍ଟି(ବିଜେପି)ର ରବିନ୍ଦ୍ର ଚୌହ୍ବାନ, ସୁଧୀର ମୁଙ୍ଗନ୍ତିୱାର ଏବଂ ବିଜୟକୁମାର ଗାଭିତଙ୍କୁ କ୍ୟାବିନେଟରେ ସ୍ଥାନ ମିଳିନାହିଁ। ଶିବସେନା ଦଳର ନେତା ତାନାଜୀ ସାୱନ୍ତ, ଅବଦୁଲ ସତ୍ତାର ଏବଂ ଦୀପକ କେସରକରଙ୍କୁ ସରକାରଙ୍କ କ୍ୟାବିନେଟରେ ସ୍ଥାନ ମିଳି ନାହିଁ।

    ଅସନ୍ତୁଷ୍ଟଥିବା ଛଗନ ଭୁଜବଳ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି ଯେ, ସେ  ବିଧାନସଭା ଅଧିବେଶନରେ ଅଂଶଗ୍ରହଣ କରିବେ ନାହିଁ ଏବଂ ନାଶିକକୁ ଫେରିଯିବେ। କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ସେ ନିରାଶ ହୋଇଛନ୍ତି। ଏଥିସହ ସେ କହିଛନ୍ତି, ତାଙ୍କୁ ରାଜ୍ୟସଭା ଆସନ ପ୍ରଦାନ କରାଯିବାକୁ କୁହାଯାଇଛି। କିନ୍ତୁ ଏହାକୁ ଗ୍ରହଣ କରାଯିବ କି ନାହିଁ ତାହା କେବଳ ଭୋଟରଙ୍କ ସହ ଆଲୋଚନା ପରେ ସ୍ଥିର କରିବେ।

    ସୁଧୀର ମୁଙ୍ଗନ୍ତିୱାରଙ୍କ ବିଷୟରେ କୁହାଯାଉଛି ଯେ, ସେ ମନ୍ତ୍ରୀ ପଦ ପାଇ ନାହାନ୍ତି କିନ୍ତୁ ତାଙ୍କୁ କିଛି ବଡ଼ ଦାୟିତ୍ୱ ଦେବା ପାଇଁ ଦଳ ଭିତରେ ପ୍ରସ୍ତୁତି ଚାଲିଛି।  ଦଳର ସଭାପତି କ୍ୟାବିନେଟରେ ଅନ୍ତର୍ଭୁକ୍ତ ହେବା ପରେ ତାଙ୍କୁ ଦଳର ରାଜ୍ୟ ସଭାପତି ଦାୟିତ୍ବ ଦିଆଯାଇପାରେ ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    85 %
    1kmh
    5 %
    Thu
    32 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ