Sunday, October 4, 2026
23.3 C
Odisha

    ୨୫ରେ ସାର୍ବଜନୀନ ହୋଇପାରେ ଜ୍ଞାନବାପି ମସଜିଦ ସର୍ଭେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାନୁଆରୀ ୨୫ ତାରିଖ ଗୁରୁବାର ବାରଣାସୀର ଜ୍ଞାନବାପି ମସଜିଦର ଏଏସଆଇ ସର୍ଭେ ରିପୋର୍ଟ ସାର୍ବଜନୀନ ହୋଇପାରେ । ମିଳିଥିବା ସୂଚନା ଅନୁଯାୟୀ, ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହିନ୍ଦୁ ଓ ମୁସଲମାନ ପକ୍ଷରେ ସହମତି ପ୍ରକାଶ ପାଇଛି। ଏହି ରିପୋର୍ଟକୁ ସାର୍ବଜନୀନ କରିବା ନେଇ ବାରଣାସୀ ଜିଲ୍ଲା ଅଦାଲତ ରାୟ ଶୁଣାଇପାରନ୍ତି। ଯାହା ପରେ ଗୁରୁବାର ହିନ୍ଦୁ ପକ୍ଷ ପକ୍ଷରୁ ରିପୋର୍ଟର ହାର୍ଡ କପି ପାଇଁ ଆବେଦନ କରାଯିବ | ଏଏସଆଇ ପ୍ରାୟ ୧୫୦୦ ପୃଷ୍ଠାର ସର୍ଭେ ରିପୋର୍ଟ ଦାଖଲ କରିଛି ।ଏହା ପୂର୍ବରୁ ୧୯୯୧ ମସିହାରେ ପ୍ରାଚୀନ ମୂର୍ତ୍ତି ସ୍ୱୟଂଭୂ ମୂର୍ତ୍ତି ଭଗବାନ ବିଶ୍ୱେଶ୍ୱରନାଥଙ୍କ ମାମଲାରେ ଏଏସଆଇ ପ୍ରଶାନ୍ତ ସିଂଙ୍କ ଫାଷ୍ଟଟ୍ରାକ୍ କୋର୍ଟରେ ଏକ ଧଳା ସିଲବନ୍ଦ ପ୍ୟାକେଟ୍ ରେ ଜ୍ଞାନବାପି ସର୍ଭେ ରିପୋର୍ଟ ଦାଖଲ କରିଥିଲା। ଏବେ ଆସନ୍ତାକାଲି ଏହାର ଶୁଣାଣି ହେବ। ଏଏସ୍ଆଇ ପକ୍ଷରୁ ସ୍ବତନ୍ତ୍ର ଗଭର୍ଣ୍ଣିଂ କାଉନସିଲ୍ ଅମିତ ଶ୍ରୀବାସ୍ତବ ଓ ଶମ୍ଭୁଶରନ ସିଂହ ଏଏସ୍ଆଇ ଅଧିକାରୀଙ୍କ ସହ କୋର୍ଟରେ ପହଞ୍ଚି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦର୍ଶାଇ ଭଗବାନ ବିଶ୍ୱେଶ୍ୱର ମୂଳ ମାମଲାରେ ଆବେଦନ କରିଥିଲେ। ଜାନୁଆରି ୨୫ତାରିଖରେ ରିପୋର୍ଟ ଦାଖଲ ହେବାର ଥିଲା।ସୂଚନାଯୋଗ୍ୟ ଯେ ଏହି ମସଜିଦ ମଧ୍ୟରେ ସ୍ବୟମ୍ଭୁ ଶିବଲିଙ୍ଗ ଅଛନ୍ତି ବୋଲି ହିନ୍ଦୁମାନେ ବିଶ୍ବାସ କରନ୍ତି ।

     

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ