Saturday, September 28, 2024
28.7 C
Odisha

    ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ୱର ୱାନ୍ ଟି-୨୦ ଅଲରାଉଣ୍ଡର

    ଆଗକୁ ପଢନ୍ତୁ

    ୨୦୨୪ ଆଇସିସି ଟି-୨୦ ବିଶ୍ବକପ ଟ୍ରଫି ହାତେଇଛି ଭାରତୀୟ କ୍ରିକେଟ ଦଳ । ଦୀର୍ଘ ଦିନରୁ ଦେଖିଥିବା ସ୍ବପ୍ନ ପୁରା ହୋଇଛି । ଚଳିତ ଟି-୨୦ ବିଶ୍ବକପରେ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ ଦେଖାଇ ଦଳକୁ ସବୁଠୁ ଆଗରେ ରହିଥିବା ଖେଳାଳି ହେଉଛନ୍ତି ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପଣ୍ଡ୍ୟା। ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ୱର ୱାନ୍ ଟି-୨୦ ଅଲରାଉଣ୍ଡର ହୋଇଛନ୍ତି। ଟି-୨୦ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନମ୍ବର ୱାନ୍ ଅଲରାଉଣ୍ଡର ଭାବେ ଘୋଷଣା କରାଯାଇଛି।ଆଇସିସି ବୁଧବାର ଦିନ ନୂଆ ରାଙ୍କିଙ୍ଗ ଲିଷ୍ଟ ପ୍ରକାଶ କରିଛି । ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ତାଲିକାରେ ଶୀର୍ଷରେ ରହିଛନ୍ତି । ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନରେ ରହିଥିଲେ। ଆଫଗାନିସ୍ତାନର ଅଲରାଉଣ୍ଡର ମୋହମ୍ମଦ ନବି ଓ ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ୱାନେନ୍ଦୁ ହସରଙ୍ଗା ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଥିଲେ କିନ୍ତୁ ବିଶ୍ବକପ ମୁକାବିଲା ସରିବା ପରେ ହାର୍ଦ୍ଦିକ ଉଭୟଙ୍କୁ ପଛରେ ପକାଇ ଏବେ ଟି-ଟ୍ୱେଣ୍ଟି ଫର୍ମାଟରେ ଟପରେ ରହିଛନ୍ତି। ଏହି ଖବର ଶୁଣି କ୍ରିକେଟ ପ୍ରସଂଶକମାନେ ଉତ୍ସାହିତ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.7 ° C
    28.7 °
    28.7 °
    85 %
    0.8kmh
    94 %
    Sat
    27 °
    Sun
    31 °
    Mon
    31 °
    Tue
    31 °
    Wed
    30 °

    ସମ୍ବନ୍ଧିତ