Thursday, April 9, 2026
36.2 C
Odisha

    ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ୱର ୱାନ୍ ଟି-୨୦ ଅଲରାଉଣ୍ଡର

    ଆଗକୁ ପଢନ୍ତୁ

    ୨୦୨୪ ଆଇସିସି ଟି-୨୦ ବିଶ୍ବକପ ଟ୍ରଫି ହାତେଇଛି ଭାରତୀୟ କ୍ରିକେଟ ଦଳ । ଦୀର୍ଘ ଦିନରୁ ଦେଖିଥିବା ସ୍ବପ୍ନ ପୁରା ହୋଇଛି । ଚଳିତ ଟି-୨୦ ବିଶ୍ବକପରେ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ ଦେଖାଇ ଦଳକୁ ସବୁଠୁ ଆଗରେ ରହିଥିବା ଖେଳାଳି ହେଉଛନ୍ତି ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପଣ୍ଡ୍ୟା। ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ୱର ୱାନ୍ ଟି-୨୦ ଅଲରାଉଣ୍ଡର ହୋଇଛନ୍ତି। ଟି-୨୦ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନମ୍ବର ୱାନ୍ ଅଲରାଉଣ୍ଡର ଭାବେ ଘୋଷଣା କରାଯାଇଛି।ଆଇସିସି ବୁଧବାର ଦିନ ନୂଆ ରାଙ୍କିଙ୍ଗ ଲିଷ୍ଟ ପ୍ରକାଶ କରିଛି । ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ତାଲିକାରେ ଶୀର୍ଷରେ ରହିଛନ୍ତି । ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନରେ ରହିଥିଲେ। ଆଫଗାନିସ୍ତାନର ଅଲରାଉଣ୍ଡର ମୋହମ୍ମଦ ନବି ଓ ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ୱାନେନ୍ଦୁ ହସରଙ୍ଗା ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଥିଲେ କିନ୍ତୁ ବିଶ୍ବକପ ମୁକାବିଲା ସରିବା ପରେ ହାର୍ଦ୍ଦିକ ଉଭୟଙ୍କୁ ପଛରେ ପକାଇ ଏବେ ଟି-ଟ୍ୱେଣ୍ଟି ଫର୍ମାଟରେ ଟପରେ ରହିଛନ୍ତି। ଏହି ଖବର ଶୁଣି କ୍ରିକେଟ ପ୍ରସଂଶକମାନେ ଉତ୍ସାହିତ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.2 ° C
    36.2 °
    36.2 °
    22 %
    4.4kmh
    70 %
    Thu
    37 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ