Sunday, September 27, 2026
24.7 C
Odisha

    କେହି ଆପଣଙ୍କୁ ଦରମା ବିଷୟରେ କଚାରିଲେ କ’ଣ କହିବା ଉଚିତ୍?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅନେକ ସମୟରେ ଲୋକେ ଆପଣଙ୍କୁ ଆପଣଙ୍କ ଦରମା ବିଷୟରେ ପଚାରନ୍ତି। ବନ୍ଧୁ ହୁଅନ୍ତୁ କି ସମ୍ପର୍କୀୟ, କୌଣସି କାର୍ଯ୍ୟକ୍ରମରେ ଦେଖା ହେ‌ଲେ ସେମାନଙ୍କ ପ୍ରଥମ ପ୍ରଶ୍ନ ଥାଏ ତୁମ ଦରମା କେତେ? ଏହି ପ୍ରଶ୍ନ ଶୁଣି ଉତ୍ତର କ’ଣ ଦେବେ ବୋଲି ଆପଣ ଚିନ୍ତାରେ ପଡ଼ିଯାଆନ୍ତି। ଦରମା ଅଧିକ କହିବି ନା କମ କହିବି, ସେ ଦ୍ବନ୍ଦ୍ବରେ ପଡ଼ିଯାଆନ୍ତି।

    ତେବେ ଆପଣଙ୍କ ଏହି ଦ୍ବନ୍ଦ୍ବ ଦୂର କରିଛନ୍ତି ଦୃଷ୍ଟି ଆଇଏଏସର ପ୍ରତିଷ୍ଠାତା ବିକାଶ ଦିବ୍ୟକିର୍ତ୍ତୀ। ସେ ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବରେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ୧୯୯୬ରେ, ସେ ପ୍ରଥମ ପ୍ରୟାସରେ ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷା ପାସ୍ କରି ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟରେ କାମ କରିଥିଲେ। ଏହା ପରେ ସେ ନିଜ ପଦରୁ ଇସ୍ତଫା ଦେଇ ଶିକ୍ଷାଦାନ କରିବା ଆରମ୍ଭ କଲେ। ଏବେ ସେ ଦୃଷ୍ଟି ଆଇଏଏସ ଖୋଲି ପିଲାଙ୍କୁ ୟୁପିଏସସି ପାଇଁ କୋଚିଂ ଦେଉଛନ୍ତି।

    ତେବେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ କେହି ଆପଣଙ୍କୁ ଦରମା ବିଷୟରେ କଚାରିଲେ କ’ଣ କହିବା ଉଚିତ୍? ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, ଦରମା ଯଦି ଅଧିକ ଅଛି ତେବେ ସତ କୁହନ୍ତୁ। ଯଦି ଦରମା କମ ଅଛି, ତେବେ ବଢ଼ାଇକି କୁହନ୍ତୁ। କାରଣ ଲୋକ ସବୁବେଳେ ନିଜକୁ ଆପଣଙ୍କ ସହ ତୁଳନା କରିବା ପାଇଁ ଆପଣଙ୍କୁ ଦରମା ପଚାରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ