Tuesday, September 29, 2026
23.2 C
Odisha

    ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ନିଲମ୍ବନ ହେଲେ ପ୍ରଧାନ ଶିକ୍ଷକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ, ଅଶ୍ଲୀଳ ଭାଷା କହି ନିଲମ୍ବନ ହେଲେ ପ୍ରଧାନ ଶିକ୍ଷକ। ଯାଜପୁର ସଦର ବ୍ଲକର ଏକ ହାଇସ୍କୁଲରେ ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରେମ ନିବେଦନ ସହ ଅଶ୍ଲୀଳ ଭାଷାରେ କିଛି କହିଥିଲେ। ଯାହାର ଅଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା। ପରେ ଏହି ଘଟଣା ଯାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ପହଞ୍ଚିଥିଲା। ଏହି ଘଟଣା ସମ୍ପର୍କରେ ତଦନ୍ତ କରିବା ପରେ ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେବେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ପ୍ରଧାନ ଶିକ୍ଷକ ହେଉଛନ୍ତି ବୃଷଭାନୁ ନାୟକ।

    ଏଠାରେ କହି ରଖୁଛୁ ଯେ, ବାରମ୍ବାର ବିଭିନ୍ନ ସ୍କୁଲ ଓ କଲେଜରୁ ଏଭଳି ଘଟଣା ସାମ୍ନାକୁ ଆସୁଛି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ