Thursday, December 26, 2024
18.7 C
Odisha

    ଆପଣଙ୍କ ଶରୀରରେ ଏହିସବୁ ସଂକ୍ରମଣ ଥିଲେ, ଷ୍ଟ୍ରୋକ୍ ବିପଦ ଅଧିକ !

    ଆଗକୁ ପଢନ୍ତୁ

    ଗବେଷକମାନେ ଏବେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି। ଯେଉଁ ବ୍ୟକ୍ତିଙ୍କର ମୂତ୍ର ଓ ଶ୍ୱସନ ତନ୍ତ୍ର ସଂକ୍ରମିତ ହୋଇଥିବ, ତାଙ୍କ ପକ୍ଷରେ ଷ୍ଟ୍ରୋକର ଆଶଙ୍କା ୨ଗୁଣା ବଢିଯାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ରୋଗୀ ଯଦି ବାରମ୍ୱାର ସଂକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ଏବଂ ଅଧିକ ଦିନ ଧରି ଏ ସଂକ୍ରମଣ ଲାଗି ରହେ, ତାହେଲେ କମିବା ବଦଳରେ ଏହାର ପ୍ରଭାବ ବଢି ବଢି ଯାଏ। ଶେଷରେ ରୋଗୀର ମୃତ୍ୟୁ ହୁଏ।
    ଶ୍ୱସନ ତନ୍ତ୍ର ଓ ପରିସ୍ରା ନଳୀ ସଂକ୍ରମଣରେ ଯେଉଁ ଲୋକ ଡାକ୍ତଖାନାରେ ଭର୍ତ୍ତି ହୁଅନ୍ତି, ସେମାନଙ୍କୁ ୪୦% ଅଧିକ ହୃଦଘାତ ହେବାର ଆଶଙ୍କା ଥାଏ, ଏବଂ ୨.୫%ରୁ ଅଧିକ ଷ୍ଟ୍ରୋକ୍ ହେବାର ଆଶଙ୍କା ଥାଏ। ଯେଉଁମାନେ ଏ ପ୍ରକାର ସଂକ୍ରମଣର ଶିକାର ନହୋଇ, ଡାଇବେଟିସ୍, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍ ସମସ୍ୟା ଜନିତ ରୋଗରେ ପୀଡିତ ଥାଆନ୍ତି, ସେମାନଙ୍କ ଠାରେ ମଧ୍ୟ ଏ ପ୍ରଭାବ ଦେଖାଦେଇଥାଏ।
    ବ୍ରିଟେନର ଏଷ୍ଟନ୍ ବିଶ୍ୱବିଦ୍ୟାଳୟର ଗବେଷକ ରାହୁଲ୍ ପୋଟିଙ୍କ ମତ ଅନୁସାରେ, ଏହି ସବୁ ସ୍ଥିତିରୁ ମୁକୁଳିବାର ଉପାୟ ଖୁବ୍ କମ୍। ତାଙ୍କର କହିବା କଥା ହେଲା ଯେ, ଭବିଷ୍ୟତରେ ହୃଦଘାତ ଓ ଷ୍ଟ୍ରୋକ୍ ହେବାର ମୁଖ୍ୟ କାରଣ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ଅନେକ ସଂକ୍ରମଣ।
    ଗବେଷକମାନେ ୩୪,୦୨୭ ଜଣ ରୋଗୀଙ୍କୁ ନେଇ ଏହି ଗବେଷଣା କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ମେଦ ବହୁଳତା, ବିନା ସଂକ୍ରମଣକାରୀ ରୋଗୀ ଓ ଏହାସହ ତମାଖୁ, ଉଚ୍ଚ ରକ୍ତଚାପ, ଯକୃତ ରୋଗ ଆଦି ଉପରେ ଧ୍ୟାନ ରଖାଯାଇଥିଲା। ଏହି ଗବେଷଣାରୁ ଜଣାପଡିଥିଲା ଯେ ସଂକ୍ରମଣକାରୀଙ୍କ କ୍ଷେତ୍ରରେ ଷ୍ଟ୍ରୋକର ପ୍ରଭାବ ଅଧିକ ଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.7 ° C
    18.7 °
    18.7 °
    96 %
    0.7kmh
    96 %
    Thu
    26 °
    Fri
    28 °
    Sat
    29 °
    Sun
    28 °
    Mon
    29 °

    ସମ୍ବନ୍ଧିତ