Saturday, September 26, 2026
23.8 C
Odisha

    ଅଲଗା ହେବେ ବର୍ଷା-ଅନୁଭବ, ବିବାହ ବିଛେଦ ପାଇଁ ମିଳିଲା ଅନୁମତି

    ଆଗକୁ ପଢନ୍ତୁ

    କଟକ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦରେ ଆଜି ନୂଆ ମୋଡ ଆସିଛି | ଆଜି ହାଇକୋର୍ଟ ଅନୁଭବଙ୍କୁ ବିବାହ ବିଛେଦ ପାଇଁ ଅନୁମତି ଦେଇଛନ୍ତି | କେବଳ ଅନୁମତି ଦେଇନାହାନ୍ତି ବରଂ ପରିବାର ଅଦାଲତର ବିବାହ ବିଛେଦ ରାୟକୁ ଖାରଜ ମଧ୍ୟ କରିଛନ୍ତି | ମିଳିଥିବା ସୂଚନା ମୁତାବକ ତଳ କୋର୍ଟ ପୂର୍ବରୁ ଏହି ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ | ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ | କୋର୍ଟ ଏହି ଆବେଦନକୁ ଗ୍ରହଣ କରି ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି | ଉଲ୍ଲେଖଯୋଗ୍ୟ ଯେ ପତ୍ନୀ ବର୍ଷା ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ କରିଥିବା ଆବେଦନକୁ ପରିବାର ଅଦାଲତ ଖାରଜ କରିଥିଲେ ମଧ୍ୟ ଅନୁଭବଙ୍କୁ ଛାଡ଼ପତ୍ର ମଞ୍ଜୁର କରି ନଥିଲେ। ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ ମଧ୍ୟ ପରିବାର ଅଦାଲତ ଖାରଜ କରିଥିଲେ। ପରିବାର ଅଦାଲତର ଏହି ରାୟକୁ ଚାଲେଞ୍ଜ କରି ଅନୁଭବ ହାଇକୋର୍ଟରେ ଅପିଲ ଦାୟର କରିଥିଲେ । ଏହି ରାୟକୁ ରଦ୍ଦ କରାଯାଉ ଓ ତାଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରାଯାଉ ବୋଲି ଅନୁଭବ ଦର୍ଶାଇଥିଲେ ।

    ଉଲ୍ଲେଖଯୋଗ୍ୟ ଯେ ୨୦୧୪, ଫେବ୍ରୁଆରି ୮ରେ ଅନୁଭବ ବର୍ଷାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେବାରୁ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ରେ ପିଟିସନ୍ ଦାଖଲ କରିଥିଲେ। ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧, ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟ ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ଅନ୍ୟପକ୍ଷରେ ବର୍ଷା ମଧ୍ୟ କଟକ ପରିବାର ଅଦାଲତରେ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ଏକ ପୃଥକ ଆବେଦନ ଦାୟର କରିଥିଲେ। ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ପାଇଁ ଅଦାଲତ ଉଦ୍ୟମ କରିଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା। ଉଭୟ ମାମଲାର ଏକତ୍ର କଟକ ପରିବାର ଅଦାଲତରେ ଶୁଣାଣି ହୋଇଥିଲା। ଆଉ ଏବେ ହାଇକୋର୍ଟ ବିବାହ ବିଛେଦ ପାଇଁ ଅନୁମତି ଦେଇଛନ୍ତି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    95 %
    2.2kmh
    100 %
    Sat
    31 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ