Friday, September 20, 2024
23.6 C
Odisha

    ମହୁ ସହିତ ମିଶାନ୍ତୁ ଏହି ୩ଟି ଜିନିଷ, ଦୂର ହେବ ସ୍କିନ୍‌ର ଅନେକ ସମସ୍ୟା

    ଆଗକୁ ପଢନ୍ତୁ

    ଆପଣମାନେ ଜାଣିଥିବେ ଯେ ବହୁତ ପୂର୍ବ ସମୟରୁ ମହୁ ସ୍କିନ୍‌କୁ ଭଲ ରଖିବା ପାଇଁ ବ୍ୟବହାର କରାଯାଏ । ମହୁ ସାହାଯ୍ୟରେ, ଆପଣ ନିଜ ସ୍କିନ୍‌ର ଚମକ ବଢାଇ ପାରିବେ । କେବଳ ଏତିକି ନୁହେଁ, ସ୍କିନ୍‌ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିବାରେ ମହୁ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ତାହେଲେ ଅସନ୍ତୁ ଜାଣିବା ଯେ ମହୁକୁ କିପରି ବ୍ୟବହାର କରିବା ଦ୍ୱାରା ସ୍କିନ୍‌ର ଏହି ସବୁ ସମସ୍ୟା ଦୂର ହେବ । ତେବେ ଆପଣ ମହୁରେ ଏହି ୩ଟି ଜିଜିଷ ମିଶାଇ ସ୍କିନ୍‌ର ଚମକ ବଢାଇ ପାରିବେ । ସେଥିପାଇଁ ଆସନ୍ତୁ ଜାଣିବା ମହୁରୁ ଏପରି ତିନୋଟି ଫେସ୍ ପ୍ୟାକ୍ ତିଆରି କରିବା, ଯାହା ଆପଣଙ୍କ ସ୍କିନ୍‌ ଚମକ ବଢାଇବାରେ ସାହାଯ୍ୟ କରିଥାଏ ।

    ମହୁ ଏବଂ ଦହି :
    ସର୍ବପ୍ରଥମେ ଏକ ପାତ୍ରରେ ମହୁ ଏବଂ ଦହି ନିଅନ୍ତୁ, ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିଶାନ୍ତୁ । ଏହି ଫେସ୍ ପ୍ୟାକ୍ କୁ ପ୍ରାୟ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାନ୍ତୁ ଏବଂ ତା’ପରେ ମୁହଁ ଧୋଇ ଦିଅନ୍ତୁ । ମହୁ ଏବଂ ଦହିର ମିଶ୍ରଣ ଆପଣଙ୍କ ଚେହେରା ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ ।

    ମହୁ ଏବଂ ଓଟ୍ସ :
    ଏହି ଫେସ୍‌ ପ୍ୟାକ୍‌ ତିଆରି କରିବା ପାଇଁ ଆପଣଙ୍କୁ ଓଟ୍ସକୁ ପାଣିରେ ଫୁଟାଇବାକୁ ପଡିବ । ଏହା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ତେବେ ଘରେ ଏହି ଫେସ୍ ପ୍ୟାକ୍ ତିଆରି କରିବାକୁ ହେଲେ ଆପଣଙ୍କୁ ଗୋଟିଏ ଚାମଚ ମହୁ ଏବଂ ଗୋଟିଏ ଚାମଚ ଓଟ୍ସ ମିଶ୍ରଣ କରିବାକୁ ପଡିବ । ବର୍ତ୍ତମାନ ଆପଣ ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାଇ ପାରିବେ । ଏହି ପ୍ରାକୃତିକ ଫେସ୍‌ ପ୍ୟାକ୍ ସାହାଯ୍ୟରେ ଆପଣଙ୍କ ସ୍କିନ୍‌ର ଚମକ ବହୁଗୁଣିତ ହୋଇପାରେ ।

    ମହୁ ଏବଂ ହଳଦୀ :
    ଉଭୟ ମହୁ ଏବଂ ହଳଦୀ ହେଉଛି ବହୁତ ଉପକାରୀ ଜିନିଷ । ଏଥିପାଇଁ ମହୁରେ କିଛି ହଳଦୀ ମିଶାନ୍ତୁ । ସେଥିପାଇଁ ଆପଣଙ୍କୁ ଏହି ମିଶ୍ରଣକୁ ୧୫ ରୁ ୨୦ ମିନିଟ୍ ପାଇଁ ଆପଣଙ୍କ ମୁହଁରେ ଲଗାଇବାକୁ ପଡିବ ଏବଂ ତା’ପରେ ମୁହଁ ଧୋଇବାକୁ ପଡିବ । ଏହି ଫେସ୍ ପ୍ୟାକ୍ ସାହାଯ୍ୟରେ ଆପଣଙ୍କ ଚେହେରାରୁ ଦାଗ ଦୂର ହେବା ସହ ଚମକ ମଧ୍ୟ ଫେରି ଆସିବ । ଯଦି ଆପଣ ଏହି ସବୁ ସ୍କିନ୍‌ ସମସ୍ୟାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି, ତାହେଲେ ଏହି ୩ଟି ଫେସ୍‌ ପ୍ୟାକ୍‌ ବ୍ୟବହାର କରିପାରିବେ । ଯାହା ଆପଣଙ୍କ ସ୍କିନ୍‌ ପାଇଁ ବେଶ୍‌ ଲାଭଦାୟକ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    93 %
    1kmh
    100 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ