Tuesday, September 22, 2026
24 C
Odisha

    ମୋଦୀ ସରକାର କେତେ ଦିନ ରହିବେ, ସୂଚନାଦେଲେ ପିକେ

    ଆଗକୁ ପଢନ୍ତୁ

    ପାଟନା: ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରଙ୍କ ଲୋକପ୍ରିୟତା ହ୍ରାସ ପାଇଛି ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି।ତାଙ୍କ ତୃତୀୟ କାର୍ଯ୍ୟକାଳରେ ନରେନ୍ଦ୍ର ମୋଦୀ କେତେ ଦିନ ପ୍ରଧାନମନ୍ତ୍ରୀ ରହିବେ ତାହା ଜମ୍ମୁ-କଶ୍ମୀର, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଏବଂ ବିହାରର ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ ସ୍ଥିର ହେବ।  ଜମ୍ମୁ-କଶ୍ମୀରର ର୍ନିବାଚନ ଜାରି ରହିଛି। ଆଗାମୀ ଦିନରେ ହରିୟାଣାରେ ନିର୍ବାଚନ ହେବ।  ଏହାପରେ ଦିଲ୍ଲୀ,ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ବିହାରର ନିର୍ବାଚନ ଡିସେମ୍ବର ୨୦୨୫ ପୂର୍ବରୁ ଅନୁଷ୍ଠିତ ହେବ।

    ପ୍ରଶାନ୍ତ କିଶୋର କହିଛନ୍ତି ଯେ ଯଦି ଏହି ଫଳାଫଳ ବିଜେପି ବିରୋଧରେ ଆସେ, ତେବେ ସରକାରଙ୍କ ସ୍ଥିରତା ଉପରେ ନିଶ୍ଚିତ ପ୍ରଶ୍ନ ଉଠିବ। ଯଦି ଏହି ରାଜ୍ୟଗୁଡିକରେ ବିଜେପି ଭଲ ପ୍ରଦର୍ଶନ କରେ ତା’ହେଲେ ଏହାର ଶକ୍ତି ଅକ୍ଷୁର୍ଣ୍ଣ ରହିପାରିବ।

    ଅକ୍ଟୋବର ୨ ରେ ପାର୍ଟି ଆରମ୍ଭ ହେବା ପୂର୍ବରୁ ପ୍ରଶାନ୍ତ କିଶୋର କହିଛନ୍ତି ଯେ  ବିଜେପି ସମସ୍ୟାରେ ପଡ଼ିଛି। ତେଣୁ ଦଳ ନୀତୀଶ କୁମାରଙ୍କୁ କ୍ଷମତାରୁ ହଟାଇ ପାରୁ ନାହିଁ। ଏହା ବିଜେପିର ବାଧ୍ୟବାଧ୍ୟକତା। ଏହାଛଡ଼ା ବିଜେପି ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।

    ଏହାର ଗୋଟିଏ ଦିନ ପୂର୍ବରୁ ପ୍ରଶାନ୍ତ କିଶୋର ଦାବି କରିଥିଲେ ଯେ ବିହାରରେ ମଦ ନିଷେଧ, ଜମି ସର୍ଭେ ଏବଂ ସ୍ମାର୍ଟ ମିଟର ପ୍ରସଙ୍ଗ ନୀତୀଶ କୁମାରଙ୍କ ଶେଷଅସ୍ତ୍ର ଭାବେ  ପ୍ରମାଣିତ ହେବ। ବାସ୍ତବରେ ପ୍ରଶାନ୍ତ କିଶୋର ବିହାର ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି ଏବଂ ନୀତୀଶ କୁମାରଙ୍କ ଉପରେ କ୍ରମାଗତ କଡ଼ା ସମାଲୋଚନା କରୁଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ସେ ତାଙ୍କ ଦଳର ନେତା ହେବେ ନାହିଁ, ବରଂ ଜଣେ ଦଳିତ ତାଙ୍କ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଚେହେରା ହେବେ।

    ମଦ ନିଷେଧ ପ୍ରସଙ୍ଗରେ ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କ ବିରୋଧରେ ମୋର୍ଚ୍ଚା  ଖୋଲିଛନ୍ତି। ଏହା ବ୍ୟତୀତ ସେ ବିହାରର ଲୋକଙ୍କୁ ରାଇଟ୍ ଟୁ ରିକଲ ଆଇନ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

    ସୂଚନାଯୋଗ୍ୟ, ବିହାର ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ଜେଡିୟୁ ମଧ୍ୟ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛି। ଜେଡିୟୁ ଜାତୀୟ ମହାସଚିବ ମନୀଷ ବର୍ମା ସୋମବାର ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଜନ ସୁରାଜ ନେତାଙ୍କ କାର୍ଯ୍ୟ ପୋଷ୍ଟର ଏବଂ ବ୍ୟାନର ଲଗାଇବା। ରାଜନୀତିରେ ଯୋଗଦେବା ପରେ ହିଁ ଆଲୋଚନା ହେବ।

    ପ୍ରଶାନ୍ତ କିଶୋରଙ୍କ ଆଦର୍ଶ ଉପରେ ପ୍ରଶ୍ନ କରି ମନୀଷ  କହିଛନ୍ତି ଯେ ପ୍ରଶାନ୍ତ କିଶୋର  ନିର୍ବାଚନରେ ଜିତିବାକୁ ଯାଉଥିବା ବଡ଼ ନେତାଙ୍କ ଦହିତ ମିଶି ନିଜର ପରିଚୟ  ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଅକ୍ଟୋବର ୨କାର୍ଯ୍ୟକ୍ରମର ସ୍ଥାନ ଗାନ୍ଧୀ ମୈଦାନରୁ ପ୍ରାଣୀ ଚିକିତ୍ସା କଲେଜ ଗ୍ରାଉଣ୍ଡକୁ ସ୍ଥାନାନ୍ତରିତ ହେବାପରେ ଜେଡିୟୁ କଡ଼ା ସମାଲୋଚନା  କରିଥିଲା ​​ଏବଂ ଏହା ପ୍ରକାଶ କିଶୋରଙ୍କ ପ୍ରଥମ ପରାଜୟ ବୋଲି କହିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    98 %
    1.7kmh
    100 %
    Tue
    24 °
    Wed
    26 °
    Thu
    28 °
    Fri
    29 °
    Sat
    28 °

    ସମ୍ବନ୍ଧିତ