Monday, April 6, 2026
31.8 C
Odisha

    ରସଗୋଲାରେ ଶହଶହ ମଲାମାଛି, ଭିଡିଓ ଭାଇରାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୀପାବଳିରେ ମିଠା କାରବାର ଅଧିକ ହୋଇଥାଏ। ତେବେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ମିଠା ଖାଇବା ପୂର୍ବରୁ ‌ଲୋକେ ଚିନ୍ତା କରିବେ। ଏହି ଭିଡିଓ ଦିଲ୍ଲୀର, ଯେଉଁଥିରେ ରସଗୋଲାରେ ଅନେକ ମଲାମାଛି ଦେଖିବାକୁ ମିଳୁଛି। ଏହାକୁ ନେଇ ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
    ଏହି ଭିଡିଓରେ, ଦୀପାବଳି ପାଇଁ ପ୍ରସ୍ତୁତ ହୋଇଥିବା ରସଗୋଲା ସିରାରେ ମଲାମାଛି ପଡ଼ିଥିବାର ନଜର ଆସିଛନ୍ତି। ଭିଡିଓରେ ଏକ ଘର ଦେଖିବାକୁ ମିଳୁଛି। ଯେଉଁଠାରେ କିଛି ଲୋକ କାମ କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆ ଏକ୍ସରେ ଅଂଶୀଦାର ହୋଇଥିବା ଏହି ଭିଡିଓରେ ୫୩୦୦୦ରୁ ଅଧିକ ଭ୍ୟୁ ରହିଛି ଏବଂ ୟୁଜରମାନେ ଏହା ଉପରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ୟୁଜର ଏହାକୁ ଥଟ୍ଟା ଭାବରେ ଗ୍ରହଣ କରି ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।
    କିଛି ୟୁଜର ଏଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସରକାର ନିୟାମକ ପ୍ରଣାଳୀକୁ ସଶକ୍ତ କରିବା ଉଚିତ୍ ଯାହାଦ୍ବାରା ପର୍ବପର୍ବାଣିରେ ଖାଦ୍ୟ ସାମଗ୍ରୀ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇପାରିବ, ଏହା ନାଗରିକଙ୍କ ସ୍ୱାସ୍ଥ୍ୟ ସହିତ ଏକ ନିଷ୍ଠୁର ଉପହାସ। ଏଥିପ୍ରତି ସଭିଏଁ ସତର୍କ ରହିବା ଜରୁରୀ। ଅନ୍ୟଥା ଜୀବନ ବିପଦରେ ପଡ଼ିବାର ଆଶଙକା ରହିଛି ବୋଲି କେତେକ ୟୁଜର ପରାମର୍ଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ