Wednesday, October 7, 2026
27.2 C
Odisha

    ଯଦି ମୋ ଦେହ ଖରାପ ଥାନ୍ତା ତେବେ ମୁଁ ଏତେ ଖରାରେ କେମିତି ପ୍ରଚାର କରନ୍ତି: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବାବ୍ ରଖିଛନ୍ତି। ସେ କହିଲେ, ଏତେ ଖରାରେ ମୁଁ ରାଜ୍ୟ ସାରା ବୁଲିବୁଲି ପ୍ରଚାର କରୁଛି, ଯଦି ମୋ ଦେହ ଖରାପ ଥାନ୍ତା ତେବେ ମୁଁ ପ୍ରଚାର କେମିତି କରନ୍ତି? ଆପଣଙ୍କର ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଯଦି ଏତେ ଚିନ୍ତା ତେବେ ମୋତେ ଥରେ ଫୋନ କରିପାରିଥାନ୍ତେ । ଅଯଥା ଗୁଜବକୁ ବିଶ୍ୱାସ କରି ମୋ ସ୍ୱାସ୍ଥ୍ୟାବସ୍ଥା ପାଇଁ ଟିମ୍ ଗଠନ କରିବାକୁ ଜନସଭାରେ କହିନଥାନ୍ତେ। ଆପଣଙ୍କୁ ମୋ ସ୍ୱାସ୍ଥ୍ୟ ଚିନ୍ତା ନୁହେଁ ବରଂ ଭୋଟ୍ ଚିନ୍ତା। ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରାଯାଉଛି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଯେଉଁମାନେ ଗୁଜବ କରୁଛନ୍ତି ସେମାନଙ୍କ ପାଇଁ ଟିମ୍ ଗଠନ କରି ଯାଞ୍ଚ କରନ୍ତୁ ବୋଲି କହିଛନ୍ତି ନବୀନ। ଲୋକମାନେ ମୋ କଥା ଶୁଣିବାକୁ ଜନସଭାକୁ ଆସୁଛନ୍ତି, ମୋ ସ୍ୱାସ୍ଥ୍ୟାବସ୍ଥା କଥା ନୁହେଁ ।

    ଆଜି ବାରିପଦା ସମାବେଶରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାନେଇ ପ୍ରଶ୍ନ କରିଥିଲେ ମୋଦୀ। ସେ କହିଥିଲେ, ବର୍ଷେ ହେବ ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ଖରାପ କେମିତି ହେଲା? ନବୀନଙ୍କ ସହ ଅତି ଘନିଷ୍ଠ ଥିବା ଲୋକ କହୁଛନ୍ତି, ନବୀନ ଏବେ ନିଜେ କିଛି କରିପାରୁନାହାନ୍ତି। ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ପଛରେ କିଛି ଷଡଯନ୍ତ୍ର ହୋଇଥାଇପାରେ ବୋଲି ତାଙ୍କ ଘନିଷ୍ଠ କହୁଛନ୍ତି। ପ୍ରଶ୍ନ ଉଠୁଛି, ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ପଛରେ ଷଡଯନ୍ତ୍ର ହେଉନି ତ? ଏହା ପଛରେ ସେହି କୋଟରୀ କାମ କରୁନି ତ, ଯେଉଁମାନେ ପରଦା ପଛରେ ରହି ଓଡ଼ିଶାର ଶାସନ କରୁଛନ୍ତି। ଏହା ଉପରୁ ପରଦା ହଟିବା ଆବଶ୍ୟକ। ଏହାର ଯାଞ୍ଚ ହେବା ଆବଶ୍ୟକ। ବିଜେପି ସରକାର ଆସିଲେ, ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ କାହିଁକି ଖରାପ ହେଲା ତାହାର ଯାଞ୍ଚ କରିବାକୁ କମିଟି ଗଠନ କରିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ