Saturday, September 26, 2026
24.5 C
Odisha

    ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଶାର ନବନିଯୁକ୍ତ ମୁଖ୍ୟଶାସନ ସଚିବ ମନୋଜ ଆହୁଜା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଆଜି ଓଡ଼ିଶା ‌ଫେରିଛନ୍ତି। ସେ ଆଜି ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରୁଥିଲେ।  ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏହାପରେ କ୍ୟାବିନେଟ୍‌ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଛି। ଏଥିସହିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଆହୁଜା ଆସନ୍ତା ‌ଡିସେମ୍ବର ମାସରେ ଅବସର ନେବେ। ଶ୍ରୀ ଆହୁଜାଙ୍କ ପତ୍ନୀ ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଆରତୀ ଆହୁଜା କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିଲା ବେଳେ ଗତ ଫେବ୍ରୁଆରି ମାସରେ ଅବସର ନେଇସାରିଛନ୍ତି। ବର୍ତ୍ତମାନର ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ଜୁନ୍ ୩୦ ତାରିଖରେ ଅବସର ନେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    3.1kmh
    100 %
    Fri
    25 °
    Sat
    29 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ