Saturday, July 27, 2024
24.8 C
Odisha

    ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ

    ଆଗକୁ ପଢନ୍ତୁ

    ଜାନୁଆରୀ ୨୨ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସଂସଦୀୟ ଦଳ ସଭାପତି ସୋନିଆ ଗାନ୍ଧୀ, ଲୋକସଭାରେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ କୌଣସି ବି ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ । କଂଗ୍ରେସ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି । ବିବୃତିରେ କୁହାଯାଇଛି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆମ ଦଳକୁ ନିମନ୍ତ୍ରଣ ମିଳିଛି, ଏହି ନିମନ୍ତ୍ରଣକୁ ଆମେ ସମ୍ମାନର ସହ ଅସ୍ୱୀକାର କରୁଛୁ । ଧର୍ମ ଏକ ବ୍ୟକ୍ତିଗତ ବିଷୟ ହୋଇଥିବା ବେଳେ ଆରଏସଏସ ଓ ବିଜେପି ଏହାକୁ ନିର୍ବାଚନର ଅସ୍ତ୍ର ଭାବେ ବ୍ୟବହାର କରୁଥିବା କଂଗ୍ରେସ କହିଛି । ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ବିଜେପି ତରବରିଆ ଭାବେ ଅଧା ନିର୍ମାଣ ହୋଇଥିବା ମନ୍ଦିରକୁ ଉଦଘାଟନ କରୁଛି । ୨୦୧୯ରେ ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ କଂଗ୍ରେସ ସମ୍ମାନ ଜଣାଇବା ସହ ନିମନ୍ତ୍ରଣକୁ ଅସ୍ୱୀକାର କରୁଛୁ ବୋଲି କଂଗ୍ରେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ସେପଟେ ଏନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି, ବିନାଶ କାଳେ ଏହା କଂଗ୍ରେସର ବୀପରିତ ବୁଦ୍ଧି ବୋଲି କହିଛି ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ