Thursday, September 10, 2026
24.6 C
Odisha

    ୩ ଘୁର୍ଣ୍ଣିବଳୟର ପ୍ରଭାବ: ୫ ରୁ ୭ ଦିନ ଯାଏଁ ପ୍ରବଳ ଲଘୁଚାପ ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି। ଏହା ଉତ୍ତର ଦିଗକୁ ଗତିକରୁଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶା ଉପରେ ମୌସୁମୀ ସକ୍ରିୟ ସହ ଝାଡ଼ଖଣ୍ଡ ତଥା ଆଖପାଖ ଅଞ୍ଚଳରେ ମଧ୍ୟ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହା ଆଗକୁ ଘନୀଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ସେହିପରି ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ହେବାର ସମ୍ଭାବନା ରହିଛି। ଲଗାତାର ଭାବେ ତିନୋଟି ଘୁର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୫ ରୁ ୭ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଗୁରୁବାର ସକାଳୁ ଭୁବନେଶ୍ବର ସମେତ ରାଜ୍ୟର ବହୁ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି।
    ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାର ଅନେକ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କାଁଭାଁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବରଗଡ଼, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭଦ୍ରକ, ମୟୁରଭଞ୍ଜ, ଯାଜପୁର, କଟକ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଓ ବାଲେଶ୍ୱର ଆଦି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଶୁକ୍ରବାର ପାଇଁ ମୟୁରଭଞ୍ଜ ସୁନ୍ଦରଗଡ, ଓ କେନ୍ଦୁଝର ଆଦି ୩ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

    ସେହିପରି ଆସନ୍ତା ୨୪ ରୁ ବର୍ଷା ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ମାଲକାନଗିରି , କୋରାପୁଟ, ନବରଙ୍ଗପୁର ,ଜଗତସିଂହପୁର ଓ କେନ୍ଦ୍ରାପଡାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ପରେ ପୁଣି ୨୭ ତାରିଖ ବେଳକୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.6kmh
    100 %
    Wed
    25 °
    Thu
    26 °
    Fri
    26 °
    Sat
    29 °
    Sun
    27 °

    ସମ୍ବନ୍ଧିତ