Saturday, March 21, 2026
32.6 C
Odisha

    ଫେଙ୍ଗାଲ୍ ଲ୍ୟାଣ୍ଡଫଲ୍‌ର ପ୍ରଭାବ: ପବନ ସହ ତୁହାକୁ ତୁହା ବର୍ଷା ଜାରି

    ଆଗକୁ ପଢନ୍ତୁ

    ଚେନ୍ନାଇ: ଶନିବାର ସନ୍ଧ୍ୟାରେ ସାଇକ୍ଲୋନିକ୍ ଝଡ ଫେଙ୍ଗାଲ୍ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍ କରିଛି ଏବଂ ଏହି ପ୍ରକ୍ରିୟା ପ୍ରାୟ ଚାରି ଘଣ୍ଟା ଲାଗିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଆଇଏମଡି-ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ବାଲାଚନ୍ଦ୍ରନ୍ କହିଛନ୍ତି ଯେ ନଭେମ୍ବର ୩୦ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଏହି ଘୂର୍ଣ୍ଣିବଳୟ ଲ୍ୟାଣ୍ଡଫଲ୍ ଆରମ୍ଭ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

    ସୁରକ୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରରେ ବିମାନ ଉଡ଼ାଣକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଫଳରେ ବହୁ ସଂଖ୍ୟକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ବିମାନ ସେବା ଉଡ଼ାଣ ବନ୍ଦ ସମ୍ପର୍କରେ ସୋସିଆଲ ମିଡିଆରେ ଲୋକଙ୍କୁ ସୂଚନା ଦେଇଛନ୍ତି ଯେ ଆଗାମୀ କିଛି ଘଣ୍ଟା ପାଇଁ ବିମାନ ଉଡ଼ାଣ ବନ୍ଦ ରହିବ।

    ଏୟାର ଇଣ୍ଡିଆ ଏହାର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ କହିଛି ଯେ ଖରାପ ପାଗ ଏବଂ ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ ବନ୍ଦରରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଇଣ୍ଡିଗୋ ଏକ ଯାତ୍ରା ପରାମର୍ଶଦାତା ଜାରି କରି କହିଛି ଯେ ଚେନ୍ନାଇ, ତିରୁଚିରାପଲ୍ଲୀ, ଟୁଟିକୋରିନ୍, ମଦୁରାଇ, ତିରୁପତି ଏବଂ ବିଶାଖାପାଟନମ୍ ସମେତ ଅନେକ ସହରକୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି।

    ଏଥି ସହିତ ଚେନ୍ନାଇ ବିମାନବନ୍ଦର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟିଂ କରି କହିଛି ଯେ ବିମାନ ବନ୍ଦରରେ ସମସ୍ତ ଆଗମନ ଏବଂ ପ୍ରସ୍ଥାନ ବିମାନ ସେବା ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ପାଗର ଉନ୍ନତି ହେଲେ ବିମାନ ଚଳାଚଳ  ଆରମ୍ଭ ହେବ। ଶନିବାର ରାତିରେ ଏହି ଘୂର୍ଣ୍ଣିବଳୟ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ମିଳିଛି।

    ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶନିବାର  ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରସ୍ତୁତି ବ୍ୟବସ୍ଥା ତଥା ସତର୍କତାମୂଳକ ପଦକ୍ଷେପ ସମୀକ୍ଷା କରିଛନ୍ତି। ଗଣମାଧ୍ୟମକୁ ଦିଆଯାଇଥିବା ବିବୃତିରେ ସେ କହିଛନ୍ତି ଯେ ଆସନ୍ତା ଦୁଇ ତିନି ଦିନ ଧରି ଲଗାତାର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ତାମିଲନାଡୁ ସରକାର ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସତର୍କତା ଅବଲମ୍ବନ କରୁଛନ୍ତି।

    ରାଜ୍ୟରେ ସେନା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି। ଲୋକଙ୍କ ରହିବା ପାଇଁ ସହରର ବିଭିନ୍ନ ସ୍ଥାନରେ ରିଲିଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକ ଉପରେ ନିରନ୍ତର ନଜର ରଖାଯାଉଛି। ବର୍ତ୍ତମାନ ସୁଦ୍ଧା, କୌଣସି ଧନଜୀବନନଷ୍ଟ ହେବାର କୌଣସି ଘଟଣା ଘଟିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ