Sunday, October 4, 2026
24.3 C
Odisha

    ଏହି କାରଣରୁ ପ୍ରାଣପ୍ରତିଷ୍ଠା ପୂର୍ବରୁ ନଗର ପରିକ୍ରମା କରିବେ ନାହିଁ ରାମଲଲା

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ଜାନୁଆରି ୨୨ ତାରିଖ‌ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତେବେ ଏହି  ସମାରୋହ ପୂର୍ବରୁ ଜାନୁଆରି ୧୭ରେ ପ୍ରସ୍ତାବିତ ରାମଲଲାଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ ରହିଥିଲା। ଯାହାକୁ ନେଇ ରାମଭକ୍ତଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିଲା। କିନ୍ତୁ ଏହି ଉତ୍ସାହ ସେମାନଙ୍କର ଭାଙ୍ଗି ଯାଇଛି। କାରଣ କିଛି ନିୟମ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ରାମ ମନ୍ଦିର ଟ୍ରଷ୍ଟ ରାମଲଲାଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମକୁ ରଦ୍ଦ କରିଦେଇଛନ୍ତି।।

    ଜାନୁଆରି ୧୭ ତାରିଖରେ ରାମଲଲାଙ୍କ ପ୍ରତିମା କେବଳ ରାମଜନ୍ମଭୂମି ପରିସରରେ ହିଁ ଭ୍ରମଣ କରାଯିବ। ଏହି ପ୍ରସଙ୍ଗରେ ଟ୍ରଷ୍ଟ ଏକ ବୈଠକର ଆୟୋଜନ କରିଥିଲା। ଏଥି‌ରେ  ଆଲୋଚନା କରାଯାଇଥିଲା କି, ରାମଲଲାଙ୍କ ନୂତନ ପ୍ରତିମା ନଗର ଭ୍ରମଣ କରିବା ସମୟରେ ଭକ୍ତ ଓ ତୀର୍ଥଯାତ୍ରୀମାନେ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ଜମାଇବେ। ଏହି ଭିଡ଼କୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ସମସ୍ୟା ହୋଇପାବେ।  ତେଣୁ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଥିଲା।

    ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍) ଦେଶର କୋଟିକୋଟି ଶ୍ରଦ୍ଧାଳୁଙ୍କୁ ଜାନୁଆରି ୨୨ ତାରିଖରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ବିରାଜିତ ହୋଇଥିବା ରାମଲଲାଙ୍କ ଦର୍ଶନ କରାଇବେ। ପ୍ରତ୍ୟେକ ଦିନ ସଂଘ ଦୁଇରୁ ଅଢ଼େଇଲକ୍ଷ ଶ୍ରଦ୍ଧାଳୁଙ୍କୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରାଇବା ପାଇଁ ଅଯୋଧ୍ୟା ପହଞ୍ଚିବ। ଏହି କାର୍ଯ୍ୟାକ୍ରମ ଜାନୁଆରି ୨୬/ ୨୭ ତାରିଖ‌ରୁ ଆରମ୍ଭ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ