Saturday, July 27, 2024
24.6 C
Odisha

    ପ୍ରଥମ ଟି-୨୦ : ଆଫଗାନିସ୍ତାନକୁ ୬ ଓ୍ବିକେଟରେ ହରାଇଲା ଭାରତ

    ଆଗକୁ ପଢନ୍ତୁ

    ମୋହାଲି: ମୋହାଲିର ପଂଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ରେ ଆଫଗାନିସ୍ତାନକୁ ୬ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଆଫଗାନିସ୍ତାନ ପକ୍ଷରୁ ଭାରତ ଆଗରେ ୧୫୯ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତ ୧୭.୩ ତମ ଓଭରରେ ୪ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଶିବମ ଦୁବେ ଅପରାଜିତ ୬୦ ରନ କରିଥିବାବେଳେ ଜିତେଶ ଶର୍ମା ୩୧ରନ କରିଥିଲେ । ସେହିପରି ତିଳକ ବର୍ମା ୨୬ ରନ କରିଥିବାବେଳେ ଶୁଭମନ ଗିଲ୍ ୨୩ରନ କରିଥିଲେ ।

    ଏହି ମ୍ଯାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ ରନ କରିଥିଲେ । ତେବେ ଗୁରୁବାଜ ୨୩ ରନ ଓ ଜଦରାନ ୨୫ ରନରେ ଆଉଟ ହୋଇଥିଲେ । ସେହିପରି ମହମ୍ମଦ ନବି ୪୨ ରନ ଓ ଅଜମାତୁଲ୍ଲା ୨୯ ରନ କରିଥିଲେ । ନଜିବୁଲ୍ଲା ଜଦରାନ ୧୯ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୮ ରନ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

    ଏହି ସିରିଜରେ ମୋଟ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ୨ୟ ଟି-୨୦ ଆସନ୍ତା ୧୪ ତାରିଖ ରବିବାରଦିନ ଇନ୍ଦୋରଠାରେ ଓ ୩ୟ ଟି-୨୦ ୧୭ ତାରିଖ ବୁଧବାର ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ