Thursday, May 21, 2026
28.9 C
Odisha

    ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ଅଗ୍ନିବୀରଙ୍କୁ ଉଚ୍ଛେଦ କରିବେ: ରାହୁଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର କହିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସେ ତେବେ ଅଗ୍ନିବୀର ସାମରିକ ନିଯୁକ୍ତି ଯୋଜନାକୁ ଉଚ୍ଛେଦ କରି ଡଷ୍ଟବିନ୍‌ ରେ ଫିଙ୍ଗି ଦିଆଯିବ।

    ଲୋକସଭା ନିର୍ବାଚନ ପାଇଁ ହରିୟାଣାରେ ନିଜର ପ୍ରଥମ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧି କୃଷକଙ୍କ ପ୍ରସଙ୍ଗରେ ମୋଦୀଙ୍କୁ ଟାର୍ଗେଟ କରିଥିଲେ। ସେ ଦାବି କରିଛନ୍ତି ଯେ ମୋଦୀ ସରକାର ୨୨ ଜଣ ’ବରିଷ୍ଠ ଶିଳ୍ପପତି’ଙ୍କ ପାଇଁ ୧୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି, କିନ୍ତୁ ଖୋଲାଖୋଲି ଭାବେ କହୁଛନ୍ତି ଯେ ତାଙ୍କ ସରକାର କୃଷକଙ୍କ ଋଣ ଛାଡ଼ କରିବ ନାହିଁ କାରଣ ଏହା ସେମାନଙ୍କୁ ଖରାପ କରିଦେବ।

    କୃଷକଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ଉଚିତ କ୍ଷତିପୂରଣ ଦେବା ପାଇଁ ଆମେ ଜମି ଅଧିଗ୍ରହଣ ବିଲ୍‌ ଆଣିଥିଲୁ, କିନ୍ତୁ ମୋଦୀ ସରକାର ଏହାକୁ ରଦ୍ଦ କରି ଦେଇଥିଲେ। ସେମାନେ ତିନୋଟି କଳା କୃଷି ଆଇନ ଆଣିଥିଲେ ଏବଂ ଯାହାଫଳରେ କୃଷକମାନଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିଥିଲା ବୋଲି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି।

    ସେହିପରି ଅଗ୍ନିବୀର ଯୋଜନାକୁ ନେଇ ବିଜେପି ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି, ଏହା ମୋଦୀଙ୍କ ଯୋଜନା, ସେନାର ଯୋଜନା ନୁହେଁ। ସେନା ଏହା ଚାହୁଁନାହିଁ। ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି।

    ମହେନ୍ଦ୍ରଗଡ଼-ଭିବାନୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ସମାବେଶରେ ସେ କହିଛନ୍ତି ଯେ, ଯେତେବେଳେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ, ସେତେବେଳେ ଆମେ ଅଗ୍ନିବୀର ଯୋଜନାକୁ ଡଷ୍ଟବିନ୍‌ରେ ଫିଙ୍ଗିଦେବୁ। ଭାରତର ସୀମାକୁ ହରିୟାଣା ଏବଂ ଦେଶର ଯୁବକମାନେ ସୁରକ୍ଷିତ ରଖିଛନ୍ତି ବୋଲି ଗାନ୍ଧୀ କହିଛନ୍ତି।

    ଆମ ଯୁବପିଢ଼ିଙ୍କ ଡିଏନ୍‌ଏରେ ଦେଶପ୍ରେମ ରହିଛି ବୋଲି ଉଲ୍ଲେଖ କରି ସେ କହିଛନ୍ତି, ମୋଦୀ ହିନ୍ଦୁସ୍ତାନର ଯବାନଙ୍କୁ ଶ୍ରମିକରେ ପରିଣତ କରିଛନ୍ତି। ବିଜେପି ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା କହିଛନ୍ତି, ସେମାନେ କହୁଛନ୍ତି ଯେ ଦୁଇ ପ୍ରକାରର ସହିଦ ହେବେ- ସାଧାରଣ ଯବାନ ଓ ଅଧିକାରୀ, ପେନସନ, ସହିଦ ମାନ୍ୟତା ଏବଂ ସୁବିଧା ପାଇବେ ଏବଂ ଗରିବ ପରିବାରର ଯେଉଁମାନେ ଅଗ୍ନିବୀର ନାମରେ ନାମିତ ହୋଇଛନ୍ତି। ଅଗ୍ନିବୀରମାନଙ୍କୁ ନା ସହିଦ ମାନ୍ୟତା ମିଳିବ ନା ପେନସନ୍‌ କିମ୍ବା କ୍ୟାଣ୍ଟିନ୍‌ ସୁବିଧା ମିଳିବ?

    ତିନି ସେନାର ବୟସ ସୀମା ହ୍ରାସ କରିବା ଉଦ୍ଦେଶ୍ୟରେ ସଶସ୍ତ୍ର ବାହିନୀରେ ଅଳ୍ପକାଳୀନ କର୍ମଚାରୀଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ସରକାର ୨୦୨୨ରେ ଅଗ୍ନିବୀର ନିଯୁକ୍ତି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ବୟସର ଯୁବକମାନଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯିବା ସହ ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ୧୫ ବର୍ଷ ପାଇଁ ରଖିବାର ବ୍ୟବସ୍ଥା ରହିଛି। ଜୁନ୍‌ ୪ରେ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିବା ପରେ ହରିୟାଣା ଓ ଅନ୍ୟାନ୍ୟ ରାଜ୍ୟର କୃଷକଙ୍କ ଋଣ ଛାଡ଼ କରାଯିବ ବୋଲି ରାହୁଲ କହିଛନ୍ତି। ଯେତେବେଳେ ସେମାନେ ଶିଳ୍ପପତିମାନଙ୍କ ପାଇଁ ୧୬ ଲକ୍ଷ କୋଟି ଟଙ୍କା ଛାଡ଼ କରିପାରିବେ, ତେବେ ଆମେ କୃଷକ, ଶ୍ରମିକ ଏବଂ ଗରିବଙ୍କୁ କାହିଁକି ସାହାଯ୍ୟ କରିପାରିବୁ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    24 %
    1.3kmh
    38 %
    Thu
    44 °
    Fri
    46 °
    Sat
    46 °
    Sun
    45 °
    Mon
    44 °

    ସମ୍ବନ୍ଧିତ