Monday, April 21, 2025
27.9 C
Odisha

    ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ; ଭାରତ ଆଗରେ ୧୯୨ ରନର ବିଜୟଲକ୍ଷ୍ୟ, ଦ୍ୱିତୀୟ ଇଂନିସରେ ଅଶ୍ୱିନୀଙ୍କୁ ୫ ୱିକେଟ୍ ସଫଳତା

    ଆଗକୁ ପଢନ୍ତୁ

    ଚତୁର୍ଥ ଟେଷ୍ଟ ଜିତିବାକୁ ଟିମ୍ ଇଣ୍ଡିଆ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ । ରାଞ୍ଚି ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇଂନିସରେ ୧୪୫ ରନ୍ କରି ଅଲଆଉଟ୍ ହେବା ପରେ ଭାରତକୁ ବିଜୟ ପାଇଁ ୧୯୨ ରନର ଲକ୍ଷ୍ୟ ମିଳିଛି । ତେବେ ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ଥିବାରୁ, ଏହି ମ୍ୟାଚ୍ ଜିତି ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି । ଭାରତ ପ୍ରଥମ ଇଂନିସରେ ୩୦୭ ରନରେ ଅଲଆଉଟ୍ ହେବା ପରେ ଦ୍ୱିତୀୟ ଇଂନିସ୍ ଖେଳିଥିଲା ଇଂଲଣ୍ଡ । ତେବେ ଦଳ କିନ୍ତୁ ୧୯ ରନରେ ନିଜର ପ୍ରଥମ ଦୁଇଟି ୱିକେଟ୍ ହରାଇଥିଲା । ଏହାପରେ ଦଳ ସାମାନ୍ୟ ଭଲ ପ୍ରଦର୍ଶନ କରିଥିଲେ ବି, ନିୟମିତ ଭାବେ ୱିକେଟ୍ ନେଇଚାଲିଥିଲେ ଭାରତୀୟ ସ୍ପିନର । ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ଆର ଅଶ୍ୱିନୀ ୫୧ ରନ୍ ଦେଇ ୫ ୱିକେଟ୍ ସଫଳତା ପାଇଛନ୍ତି । ତାଙ୍କ ସହ କୁଲଦୀପ ଯାଦବ ୪ଟି ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ସଫଳତା ପାଇଛନ୍ତି ।

    ଏବେ ରାଞ୍ଚି ଟେଷ୍ଟ ଜିତିବାକୁ ଭାରତ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତ ଏହି ମ୍ୟାଚ୍ ଜିତିବାକୁ ହେଲେ, ଦଳର ବ୍ୟାଟ୍ସମ୍ୟାନଙ୍କୁ ଭଲ ସ୍କୋର କରିବାକୁ ପଡିବ । ଏପରି ହେଲେ ଯାଇ ଦଳ ଏହି ମ୍ୟାଚ୍ ଜିତିବା ସହ ସିରିଜ ଉପରେ ମଧ୍ୟ କବଜା କରିପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    45 %
    1.5kmh
    4 %
    Mon
    42 °
    Tue
    44 °
    Wed
    44 °
    Thu
    45 °
    Fri
    44 °

    ସମ୍ବନ୍ଧିତ