Friday, June 6, 2025
30.7 C
Odisha

ଆଫଗାନିସ୍ତାନକୁ ୬ ଓ୍ବିକେଟରେ ହରାଇଲା ଭାରତ

ଆଗକୁ ପଢନ୍ତୁ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ଭାରତ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୧୭୩ ରନର ଲକ୍ଷ୍ୟକୁ ଭାରତ ୧୫.୪ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା। ଯଶସ୍ୱୀ ଜୈସୱାଲ ଓ ଶିବମ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦ୍ୱିତୀୟ ଟି୨୦କୁ ୬ ୱିକେଟରେ ଜିତି ନେବା ସହ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି। ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୧୭୨ ରନ କରିଥିଲା । ଗୁଲବଦିନ ନାଏବ ସର୍ବାଧିକ ୫୭ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଜିବୁଲ୍ଲା ଜାର୍ଡାନ ୨୩ ଓ ମୁଜୀବ ଉର ରହେମାନ ୨୧ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ୱିକେଟ ଅକ୍ତିଆର କରିଥିଲେ । ରବି ବିଶ୍ନୋଇ ଓ ଅକ୍ଷର ପଟେଲ ୨ଟି ଲେଖାଁଏ ୱିକେଟ ନେଇଥିଲେ ।ଆଫଗାନିସ୍ତାନ ପକ୍ଷରୁ ଦିଆଯାଇଥିବା ୧୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ଟିମ ଇଣ୍ଡିଆ ୧୫.୪ ଓଭରରେ ୪ଟି ୱିକେଟ ହରାଇ ସହଜରେ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଯଶସ୍ୱୀ (୬୮) ଓ ଶିବମ (୬୩ ନଟଆଉଟ) ଅର୍ଦ୍ଧଶତକ ହାସଲ କରିଥିଲେ । ରୋହିତ ଶର୍ମା ଖାତା ଖୋଲି ନ ପାରିଥିବା ବେଳେ ବିରାଟ କୋହଲି ଦ୍ରୁତ ୨୯ ରନ କରିଥିଲେ । ରିଙ୍କୁ ସିଂ ୯ ରନ କରି ଅପରାଜିତ ରହିଥିଲେ । କରିମ ଜନତ ଆଫଗାନିସ୍ତାନ ପକ୍ଷରୁ ୨

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
30.7 ° C
30.7 °
30.7 °
51 %
0.5kmh
6 %
Fri
37 °
Sat
42 °
Sun
42 °
Mon
43 °
Tue
43 °

ସମ୍ବନ୍ଧିତ