Monday, May 20, 2024
31 C
Odisha

    ମାଳଦ୍ୱୀପ ନେତାଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ କ୍ରିକେଟର

    ଆଗକୁ ପଢନ୍ତୁ

    ଲାକ୍ଷାଦ୍ୱୀପ ଗସ୍ତ କରି ଫଟୋ ସେୟାର କଲେ ପ୍ରଧାନମନ୍ତ୍ରୀ । ମାଳଦ୍ୱୀପରୁ ଆସିଲା ବିବାଦୀୟ ବୟାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ ହୋଇଛନ୍ତି । ହେଲେ ଏହାପରେ ବି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ ଜାରି ରହିଛି । ଏବେ ଟ୍ରାଭେଲ ବୁକିଂ ସଂସ୍ଥା ଇଜ୍ ମାଇଁ ଟ୍ରିପ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛି । ନିଜ ଆପରେ ମାଲଦ୍ୱୀପ ଯାଉଥିବା ବିମାନ ବୁକିଂକୁ ବାତିଲ କରିଛି ଏହି ସଂସ୍ଥା । ଭାରତ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଇଜ ମାଇଁ ଟ୍ରିପ ସଂସ୍ଥା ଏହିପରି ଏକ ପଦକ୍ଷେପ ନେଇଛି । ମାଳଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ । ଟିମ୍ ଇଣ୍ଡିଆର ଅନେକ ଷ୍ଟାର କ୍ରିକେଟର ସୁରେଶ ରୈନା, ଇରଫାନ ପଠାନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ, ବୀରେନ୍ଦ୍ର ସେହୱାଗଭଙ୍କ ଭଳି କ୍ରିକେଟର କ୍ଷୋଭ ପ୍ରକାଶ କରିଛନ୍ତି । ସୁରେଶ ରୈନା ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏକ୍ସରେ ଲେଖିଛନ୍ତି, ମାଲଦ୍ୱୀପର ପ୍ରମୁଖ ବ୍ୟକ୍ତି ମାନେ ଯେଉଁଭଳି ଟିପ୍ପଣୀ କରିଛନ୍ତି ତାହା ଆମେ ଦେଖିଛୁ । ଭାରତୀୟଙ୍କ ପ୍ରତି ଥିବା ଘୃଣା ମନୋଭାବ ଏମାନେ ପରିପ୍ରକାଶ କରିଛନ୍ତି । ଏହା ବହୁତ ନିରାଶଜନକ । ମାଳଦ୍ୱୀପର ଅର୍ଥବ୍ୟବସ୍ଥାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନେକ କଠିନ ସମୟରେ ମାଲଦ୍ୱୀପ ସହ ଛିଡା ହୋଇଛି ଭାରତ । କିନ୍ତୁ ଏବେ ଏଭଳି ଆଭିମୁଖ୍ୟ ସମ୍ପୂର୍ଣ୍ଣ ନିରାଶଜନକ ବୋଲି କହିଛନ୍ତି ରୈନା । ଏବେ ଆମକୁ ଏକଜୁଟ ହେବାକୁ ପଡିବ ଏବଂ ଭାରତର ପ୍ରମୁଖ ସ୍ଥାନକୁ ବିଶ୍ୱ ସାମ୍ନାକୁ ଆଣିବାକୁ ପଡିବ ।

    ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡ଼ିଆରେ କହିଛନ୍ତି, ଭାରତ ନାଁରେ ଯାହା କୁହାଯାଉଛି ତାହା ବେଶ ଦୁଃଖଦାୟକ । ସୁନ୍ଦର ସମୁଦ୍ର ତଟ ପାଇଁ ଲାକ୍ଷାଦ୍ୱୀପ ପରିଚିତ । ଆଗାମୀ ଛୁଟି ନିଶ୍ଚୟ ଲାକ୍ଷାଦ୍ୱୀପରେ କାଟିବି ବୋଲି କହିଛନ୍ତି ହାର୍ଦ୍ଦିକ । ଇରଫାନ ପଠାନ କହିଛନ୍ତି, ୧୫ ବର୍ଷ ବୟସରୁ ବିଦେଶ ଭ୍ରମଣ କରୁଛି । ମୁଁ ଯେଉଁ ବି ନୂଆ ଦେଶକୁ ଯାଇଛି ଏବଂ ସେଠାକାର ସେବା ଦେଖିବା ପରେ ଭାରତର ଆତିଥେୟତା ଉପରେ ମୋର ବିଶ୍ୱାସ ଆହୁରି ମଜବୁତ ହୋଇଛି । ସମସ୍ତ ଦେଶର ସଂସ୍କୃତିକୁ ସମ୍ମାନ କରିବା ପରେ ନିଜ ଦେଶ ନାଁରେ ନିରାଶଜନକ କଥା ଶୁଣିବା ବେଶ ଦୁଃଖଦାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    55 %
    0.4kmh
    0 %
    Mon
    40 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ