Monday, March 23, 2026
22 C
Odisha

    ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା । ବ୍ୟକ୍ତିଗତ କାରଣ ପାଇଁ ଉପଲବ୍ଧ ରହିବେନି ବିରାଟ, ଦଳକୁ ଫେରିଲେ ଜାଡେଜା ଓ ରାହୁଲ

    ଆଗକୁ ପଢନ୍ତୁ

    ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପୁଣିଥରେ ଦଳକୁ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଫେରିଛନ୍ତି । ଅନ୍ୟପଟେ ଅବଶିଷ୍ଟ ୩ ମ୍ୟାଚରୁ ମଧ୍ୟ ବ୍ରେକ ନେଇଛନ୍ତି ବିରାଟ କୋହଲି । ବ୍ୟକ୍ତିଗତ କାରଣ ପାଇଁ ଅବଶିଷ୍ଟ ୩ ମ୍ୟାଚ୍ ପାଇଁ ଉପଲବ୍ଧ ରହିବେନି ବିରାଟ । ଆଉ ବିରାଟଙ୍କର ଏଭଳି ନିଷ୍ପତ୍ତିକୁ ମଧ୍ୟ ବସିସିଆଇ ସମର୍ଥନ କରୁଛି ।ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ ଫେରିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହେବେ କି ନାହିଁ ତାହା ମେଡିକାଲ ଟିମର ଫିଟନେସ ମଞ୍ଜୁରୀ ପରେ ସ୍ପଷ୍ଟ ହେବ । ବିରାଟଙ୍କ ବଦଳ ଖେଳାଳୀ ଭାବେ ରଜତ ପଟିଦାରଙ୍କୁ ଦଳରେ ସାମିଲ କରାଯାଇଥିଲା । ଅବଶିଷ୍ଟ ୩ ମ୍ୟାରେ ମଧ୍ୟ ରଜତ ପଟିଦାରଙ୍କୁ ଦଳରେ ସୁଯୋଗ ମିଳିଛି । ସେହିଭଳି ଘୋଷିତ ଦଳରୁ ବାଦ୍ ପଡିଛନ୍ତି ଅଭେଶ ଖାନ୍ । ଅଭେଶଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ଦଳରୁ ଡାକରା ଆସିଛି । ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ । ସେହିଭଳି ରାଞ୍ଚିରେ ଚତୁର୍ଥ ଓ ୭ ମାର୍ଚ୍ଚରେ ଧର୍ମଶାଳାରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ