Tuesday, April 15, 2025
32.6 C
Odisha

    ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା । ବ୍ୟକ୍ତିଗତ କାରଣ ପାଇଁ ଉପଲବ୍ଧ ରହିବେନି ବିରାଟ, ଦଳକୁ ଫେରିଲେ ଜାଡେଜା ଓ ରାହୁଲ

    ଆଗକୁ ପଢନ୍ତୁ

    ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପୁଣିଥରେ ଦଳକୁ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଫେରିଛନ୍ତି । ଅନ୍ୟପଟେ ଅବଶିଷ୍ଟ ୩ ମ୍ୟାଚରୁ ମଧ୍ୟ ବ୍ରେକ ନେଇଛନ୍ତି ବିରାଟ କୋହଲି । ବ୍ୟକ୍ତିଗତ କାରଣ ପାଇଁ ଅବଶିଷ୍ଟ ୩ ମ୍ୟାଚ୍ ପାଇଁ ଉପଲବ୍ଧ ରହିବେନି ବିରାଟ । ଆଉ ବିରାଟଙ୍କର ଏଭଳି ନିଷ୍ପତ୍ତିକୁ ମଧ୍ୟ ବସିସିଆଇ ସମର୍ଥନ କରୁଛି ।ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ ଫେରିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହେବେ କି ନାହିଁ ତାହା ମେଡିକାଲ ଟିମର ଫିଟନେସ ମଞ୍ଜୁରୀ ପରେ ସ୍ପଷ୍ଟ ହେବ । ବିରାଟଙ୍କ ବଦଳ ଖେଳାଳୀ ଭାବେ ରଜତ ପଟିଦାରଙ୍କୁ ଦଳରେ ସାମିଲ କରାଯାଇଥିଲା । ଅବଶିଷ୍ଟ ୩ ମ୍ୟାରେ ମଧ୍ୟ ରଜତ ପଟିଦାରଙ୍କୁ ଦଳରେ ସୁଯୋଗ ମିଳିଛି । ସେହିଭଳି ଘୋଷିତ ଦଳରୁ ବାଦ୍ ପଡିଛନ୍ତି ଅଭେଶ ଖାନ୍ । ଅଭେଶଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ଦଳରୁ ଡାକରା ଆସିଛି । ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ । ସେହିଭଳି ରାଞ୍ଚିରେ ଚତୁର୍ଥ ଓ ୭ ମାର୍ଚ୍ଚରେ ଧର୍ମଶାଳାରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    32.6 ° C
    32.6 °
    32.6 °
    43 %
    3.1kmh
    11 %
    Tue
    37 °
    Wed
    37 °
    Thu
    40 °
    Fri
    42 °
    Sat
    44 °

    ସମ୍ବନ୍ଧିତ