Monday, August 25, 2025
25 C
Odisha

    କଟକ ଦୁର୍ଗା ପୂଜା ପାଇଁ ଆସିଲା ନିର୍ଦ୍ଦେଶନାମା; ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଆଗକୁ ପଢନ୍ତୁ

    କଟକ : ଦୁର୍ଗା ପୂଜା ପାଇଁ ଜାରି ହେଲା ସର୍କୁଲାର । କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ। ବିଶେଷ କରି ସଂକୀର୍ଣ୍ଣ ରାସ୍ତା ପାଇଁ ଏହି ନିୟମ ଲାଗୁ କରାଯାଇଛି । ଆଜି ଆୟୋଜିତ ମହାନଗର ଶାନ୍ତି କମିଟି ବୈଠକରେ ପୂଜା କମିଟିଗୁଡ଼ିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

    ସେହିପରି ମଣ୍ଡପର ସୁରକ୍ଷା, ଅଗ୍ନି ଓ ବିଦ୍ୟୁତ ନିରାପତ୍ତା ଏବଂ ଶ୍ରଦ୍ଧାଳୁଙ୍କ ଗମନାଗମନ ସୁନିଶ୍ଚିତ କରିବେ ପୂଜା କମିଟି । ଏଥିପାଇଁ ପ୍ରତିଟି ପୂଜା କମିଟି ପ୍ରଶାସନ ନିକଟରେ ସତ୍ୟପାଠ ଦାଖଲ କରିବେ । ଯଦି ତୋରଣ ନିର୍ମାଣ କରାଯାଉଥାଏ, ତେବେ ପୂର୍ବ ନିର୍ଦ୍ଧାରିତ ନକ୍ସା ପ୍ରଶାସନ ନିକଟରେ ଦାଖଲ କରିବାକୁ ପଡ଼ିବ। ଏହି ସତ୍ୟପାଠ ଆଧାରରେ ପୂଜା କମିଟିମାନଙ୍କୁ NOC ପ୍ରଦାନ କରାଯିବ । ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସିଂଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା କରାଯିବ। ଏହାସହ ପୂଜାରେ ଡିଜେ, ୬୫ ଡେସିବିଲରୁ ଅଧିକ ଶବ୍ଦ ପ୍ରଦୂଷଣ, ଲେଜର ଲାଇଟ ଓ ଫାୟାର ଗନ ବ୍ୟବହାର ଉପରେ କଟକଣା ରହିବ । ସେପଟେ ଏଭଳି ନିର୍ଦ୍ଦେଶନାମାକୁ ପୂଜା କମିଟି ନାପସନ୍ଦ କରିଛି । ଜିଲ୍ଲାପାଳଙ୍କ ଏହି ସର୍କୁଲାର ବିରୋଧରେ ଆବଶ୍ୟକ ପଡ଼ିଲେ କମିଟି ହାଇକୋର୍ଟ ଯିବାକୁ ଚେତାବନୀ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25 ° C
    25 °
    25 °
    88 %
    1.3kmh
    100 %
    Mon
    24 °
    Tue
    28 °
    Wed
    30 °
    Thu
    29 °
    Fri
    28 °

    ସମ୍ବନ୍ଧିତ