Saturday, October 17, 2026
21.5 C
Odisha

    ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ସବୁ ସ୍ନାତକ, ସ୍ନାତକୋତ୍ତର ପିଲାଙ୍କୁ ମିଳିବ ଛାତ୍ରବୃତ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶନିବାର ସନ୍ଧ୍ୟାରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ ମଞ୍ଜୁରୀ ମିଳିଛି। ବୈଠକରେ ରାଜ୍ୟର ସମସ୍ତ ୟୁଜି (ସ୍ନାତକ) ଓ ପିଜି (ସ୍ନାତକୋତ୍ତର) ପିଲାଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ଏହି ବୃତ୍ତି ପାଉଥିଲେ। ଏବେ ଅନ୍ୟ ବିଭାଗ କୃଷି, ସଂସ୍କୃତି ବିଭାଗ ଅଧୀନରେ ଥିବା ପିଲା ମଧ୍ୟ ପାଇବେ। ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ଦରମାରେ ପରିବର୍ତ୍ତନ ଆଣିଛନ୍ତି। ଏହା ଦ୍ବାରା ୧ ଲକ୍ଷ ୪ ହଜାରରୁ ଅଧିକ ଶିକ୍ଷକ ହେବେ ଉପକୃତ। ରାଜ୍ୟ ସରକାର ଏଥି ପାଇଁ ୫୮୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଲିମେଣ୍ଟାରୀ ଶିକ୍ଷକ କ୍ୟାଡର ପୁନର୍ଗଠିତ ହେବ।
    ସେହିପରି ରାଜ୍ୟରେ ନୂଆ ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ସହିତ ନୂଆ ନୂଆ ସ୍ଥାନକୁ ବିମାନ ଚଳାଚଳ ଆରମ୍ଭ ହେଉଛି। ତେବେ କେବଳ ବିମାନ ଚାଳନା ନୁହେଁ, ଏହି କ୍ଷେତ୍ରରେ କିପରି ସୁରକ୍ଷା ସୁନିଶ୍ଚିତ କରାଯିବ ସେନେଇ ଢେଙ୍କାନାଳ ବିରାଶାଳରେ ସ୍ଥାପନ ହେବ ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର। ଏଠାରେ ବିମାନ ଚାଳନା ସହ ସମ୍ପୃକ୍ତ ପ୍ରତ୍ୟେକ ଅଂଶୀଦାର ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପାଇଲଟ୍‌, କ୍ୟାବିନ କ୍ରୁ ଆଦି ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯିବ । ଆଭିଏସନ ସେଣ୍ଟର ପାଇଁ ୫୬୨ କୋଟି ଟଙ୍କା ବ୍ୟୟ ହେବ।

    ସେହିପରି ରାଜ୍ୟରେ ନୂଆ ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ସହିତ ନୂଆ ନୂଆ ସ୍ଥାନକୁ ବିମାନ ଚଳାଚଳ ଆରମ୍ଭ ହେଉଛି। ତେବେ କେବଳ ବିମାନ ଚାଳନା ନୁହେଁ, ଏହି କ୍ଷେତ୍ରରେ କିପରି ସୁରକ୍ଷା ସୁନିଶ୍ଚିତ କରାଯିବ ସେନେଇ ଢେଙ୍କାନାଳ ବିରାଶାଳରେ ସ୍ଥାପନ ହେବ ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର। ଏଠାରେ ବିମାନ ଚାଳନା ସହ ସମ୍ପୃକ୍ତ ପ୍ରତ୍ୟେକ ଅଂଶୀଦାର ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପାଇଲଟ୍‌, କ୍ୟାବିନ କ୍ରୁ ଆଦି ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯିବ । ଆଭିଏସନ ସେଣ୍ଟର ପାଇଁ ୫୬୨ କୋଟି ଟଙ୍କା ବ୍ୟୟ ହେବ। ଅନ୍ୟପଟେ ୩୧୮ ଆମ ବସଷ୍ଟାଣ୍ଡ ପାଇଁ ୬ ହଜାର କୋଟି ମଞ୍ଜୁର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.5 ° C
    21.5 °
    21.5 °
    96 %
    1.1kmh
    100 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ